Rule Change: ଆପଣଙ୍କ ପାଖରେ ଅଛି କି SBI Credit Card? ବଦଳିବାକୁ ଯାଉଛି ଏହି ନିୟମ…

1 min read

ଆପଣଙ୍କ ପାଖରେ ଯଦି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସବସିଡିୟରୀ ଏସବିଆଇ କ୍ରେଡିଟ କାର୍ଡ ଅଛି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖାସ୍ ଖବର । ପ୍ରକୃତ କଥା ହେଉଛି, କ୍ରେଡିଟ କାର୍ଡ ୟୁଜର୍ସଙ୍କ ପାଇଁ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏଥିପାଇଁ ଜୁଲାଇ ମାସ ୧୫ ତାରିଖ ସ୍ଥିର କରାଯାଇଛି । ବିଲର ମିନିମମ ଆମାଉଣ୍ଟ ଡ୍ୟୁ (MAD) ଠାରୁ ଆରମ୍ଭ କରି କମ୍ପ୍ଲିମେଣ୍ଟରୀ ଇନସ୍ୟୁରାନ୍ସ କଭର ପର୍ଯ୍ୟନ୍ତ ସାମିଲ ରହିଛି ।

ଏସବିଆଇ କାର୍ଡର ନୂଆ ନିୟମ ମୁତାବକ, ଏବେ ମୋଟ ବାକି ବିଲର ୨ ପ୍ରତିଶତ ଅର୍ଥ ସହ ଜିଏସଟିର ୧୦୦ ପ୍ରତିଶତ ଅର୍ଥ, ଇଏମଆଇ ବାଲାନ୍ସ, ଫିସ, ଫାଇନାନ୍ସ ଚାର୍ଜେସ, ଓଭରଲିମିଟ ଆମାଉଣ୍ଟ (ଯଦି କିଛି ଥିବ)କୁ ମଧ୍ୟ ମିନିମମ ଆମାଉଣ୍ଟ ଡ୍ୟୁରେ ସାମିଲ କରାଯିବ ।

ମିନିମମ ଆମାଉଣ୍ଟ ଡ୍ୟୁର ନୂଆ ଫର୍ମୂଲା (SBI Card ଓ୍ବେବସାଇଟ୍ ମୁତାବକ)

– 1୦୦% ଜିଏସଟି

– ୧୦୦% ଇଏମଆଇ

– ୧୦୦% ଫାଇନାନ୍ସ ଚାର୍ଜ

– ଓଭରଲିମିଟର ଅର୍ଥ (ଯଦି କିଛି ଥିବ)

– ବାକି ଅର୍ଥର ୨% ଅଂଶ)

ଏସବିଆଇ କ୍ରେଡିଟ କାର୍ଡର ମିମିମମ ଆମାଉଣ୍ଟ ଡ୍ୟୁ ରୁଲରେ  ପରିବର୍ତ୍ତନ ସହିତ ଏସବିଆଇ କାର୍ଡ ଏଲିଟ, ଏସବିଆଇ କାର୍ଡ ମାଇଲ୍ସ ଏଲିଟ ଓ ଏସବିଆଇ କାର୍ଡ ମାଇଲନ୍ସ ପ୍ରାଇମ ୟୁଜର୍ସଙ୍କ ପାଇଁ ୧୫ ଜୁଲାଇ ଠାରୁ ଏସବିଆଇ କ୍ରେଡିଟ କାର୍ଡରେ ମିଳୁଥିବା କମ୍ପ୍ଲିମେଣ୍ଟରୀ ଆକ୍ସିଡେଣ୍ଟ କଭର ସମାପ୍ତ ହୋଇଯିବ । କମ୍ପାନୀ ପକ୍ଷରୁ କାର୍ଡଧାରୀଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଫ୍ରି ବୀମା କଭର ବନ୍ଦ ହୋଇଯିବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ପ୍ରିମିୟମ କ୍ରେଡିଟ କାର୍ଡଧାରୀଙ୍କୁ ଏହି ସୁବିଧା ଦେଇଥାଏ । ଏସବିଆଇ କାର୍ଡ ପ୍ରାଇମ ଓ ଏସବିଆଇ କାର୍ଡ ପ୍ଲସ ଉପରେ ଏହି କଭର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି, ଯାହାକୁ ମଧ୍ୟ ବନ୍ଦ କରାଯିବ ।