ପେଗାସସ୍‌ ମାମଲା ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ

1 min read

ନୂଆଦିଲ୍ଲୀ: ଖୋଲିବ ପେଗାସସ୍‌ ପେଡି । ଜାସୁସୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ଜାସୁସୀ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପେଗାସସ୍ ମାମଲାର SIT ଯାଞ୍ଚ କରିବାକୁ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଓ ଶଶି କୁମାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାଛଡ଼ା ବହୁ ଖ୍ୟାତନାମା ଲେଖକ, ଆଇନଜୀବୀ, ଏକାଡେମିକ୍ କାର୍ଯ୍ୟକର୍ତ୍ତାଙ୍କ ସମେତ ୫୦୦ରୁ ଅଧିକ ବ୍ୟକ୍ତି ଏ ନେଇ CJI ଙ୍କୁ ଚିଠିଲେଖି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

ସେପଟେ ସାମାଜିକ କର୍ମୀ ଅରୁଣ ରୟ, ଅଞ୍ଜଳି ଭରଦ୍ବାଜ, କବିତା କ୍ରୀଷ୍ଣନ, ଆଇନଜୀବୀ ବ୍ରିନ୍ଦା ଗ୍ରୋବର ପ୍ରମୁଖ ସିଜେଆଇଙ୍କୁ ଚିଠି ଲେଖିଥିଲେ ।  ପେଗାସସ୍ ସ୍ପାଏଓ୍ବେର କେହି ଭାରତୀୟ କିଣିଛନ୍ତି କି ନାହିଁ? ଯଦି କିଣିଛନ୍ତି କେତେ ଟଙ୍କାରେ କିଣାଯାଇଛି ? ଏହି ସ୍ପାଏଓ୍ବେରକୁ ଭାରତରେ କିପରି ଫୋନ୍ ହ୍ୟାକିଂରେ ବ୍ୟବହାର କରାଯାଇଥିଲା ? ସାମ୍ବାଦିକ, ରାଜନେତା, ଆଇନଜୀବୀ ଏପରିକି ସୁପ୍ରିମକୋର୍ଟ ବିଚାରପତିଙ୍କ ଫୋନ୍ ହ୍ୟାକିଂ କରାଯାଇଥିଲା କି ?

ଏ ସବୁର ଯାଞ୍ଚ ନିର୍ଦ୍ଦେଶ ଦେବା ସହ ସରକାରଙ୍କୁ ଏହାର ଉତ୍ତର ମାଗିବାକୁ ଚିଠି ଲେଖାଯାଇଥିଲା । ଯାହାର ଶୁଣାଣି ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ କରାଯିବ । ଏହାକୁ ନେଇ ସୁପ୍ରିମକୋର୍ଟ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଏହାକୁ ନେଇ ଏକପ୍ରକାର ସରକାର ଗରଡ଼ ଘଣାରେ ପଡ଼ିଛନ୍ତି  । ବିରୋଧି ମଧ୍ୟ ଏହାକୁ ପ୍ରମୁଖ ମୁଦ୍ଦା ସଜାଇବା ସହ ଲୋକସଭାରେ ବିରୋଧ ଜାରି ରଖିଛନ୍ତି  ।

Leave a Reply