ପୋଲାଭରମ ନେଇ NGTଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

SC Rejects Odisha's SLP On Challenging NGT Order Over Polavaram

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ବଳବତ୍ତର ରହିବ ଏନଜିଟିର ପୂର୍ବ ଆଦେଶ । ଓଡ଼ିଶାର ଏସଏଲପି ଉପରେ ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରକଳ୍ପ ବିରୋଧରେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରାଯାଇଥିଲା । ଓଡ଼ିଶାର କୌଣସି ମତାମତ ନିଆ ନଯାଇ ଏନଜିଟି ଏକପାଖିଆ ଆଦେଶ ଜାରି କରିଥିବା ଏଥିରେ ଦର୍ଶା ଯାଇଥିଲା । ଫଳରେ ଏହି ଆଦେଶ ଉପରେ ରୋକ୍ ଲଗାଇବା ପାଇଁ ପ୍ରାର୍ଥନା କରାଯାଇଥିଲା ।

SC Rejects Odisha's SLP On Challenging NGT Order Over Polavaram

ବିଚାରପତି ଏସ୍‌. ଅବଦୁଲ ନଜିର ଓ କେ. ମୁରାରୀଙ୍କ ଖଣ୍ଡପୀଠରେ ଗୁରୁବାର ଏହି ମାମଲାର ଶୁଣାଣି ହୋଇଥିଲା । ହେଲେ କିଛି ସମସ୍ୟା ଯୋଗୁଁ ମାମଲା କିଛିଦିନ ପାଇଁ ସ୍ଥଗିତ କରିବା ପାଇଁ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଥିଲା । ଖଣ୍ଡପୀଠ କିନ୍ତୁ ମାମଲାର ସଂକ୍ଷିପ୍ତ ଶୁଣାଣି କରି ତେଲଙ୍ଗାନା ଓ ଅନ୍ୟ ପକ୍ଷକୁ ନୋଟିସ୍ ଜାରି କରିଥିଲେ ଓ ଏନ୍‌ଜିଟି ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଓଡ଼ିଶାର ପ୍ରାର୍ଥନାକୁ ନାମଞ୍ଜୁର କରି ଦେଇଥିଲେ ।

ଓଡ଼ିଶା ଦ୍ୱାରା ୨୦୦୭ରେ ପୋଲାଭରମ ପ୍ରକଳ୍ପ ବିରୋଧରେ ସୁପ୍ରିମକୋର୍ଟରେ ଯେଉଁ ‘ଅରିଜିନାଲ୍‌ ସୁଟ୍‌’ ଦାଖଲ କରାଯାଇଥିଲା, ସେଥିରେ ଏହି ମାମଲାକୁ ଟ୍ୟାଗ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି କେବେ ହେବ ସେ ନେଇ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିନାହାଁନ୍ତି । ପୋଲାଭରମ ପ୍ରକଳ୍ପର ଜଳ ଯୋଗୁଁ ସମ୍ଭାବ୍ୟ ପ୍ରଭାବିତ ରାଜ୍ୟ ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନା ସହ ଆଲୋଚନା କରି ସମସ୍ୟା ସମାଧାନ କରିବା ନିମନ୍ତେ ବୈଷୟିକ କମିଟିର ସୁପାରିସ୍ ଗ୍ରହଣ କରି ଅନ୍ୟାନ୍ୟ ପକ୍ଷମାନଙ୍କୁ ମିଳିତଭାବେ ଆଲୋଚନା ପାଇଁ ଏନଜିଟି ନିର୍ଦ୍ଦେଶ ଜାରି କରିଥିଲେ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ସମନ୍ୱୟକାରୀ ଭୂମିକା ତୁଲାଇବା ପାଇଁ କହିଥିଲେ ।

Leave a Reply