ଦୁଇଟି ରାଜ୍ୟରେ ଆଜିଠୁ ଖୋଲୁଛି ସ୍କୁଲ

ନୂଆଦିଲ୍ଲୀ/ରାଜସ୍ଥାନ: ରାଜଧାନୀ ଦିଲ୍ଲୀରେ ଆଜିଠୁ ଖୋଲୁଛି ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସ୍କୁଲ ଖୋଲିବା ପାଇଁ ଏସଓପି ଜାରି କରାଯାଇଛି । ସ୍କୁଲ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କୁ ଏହି ଗାଇଡଲାଇନ୍ ମାନିବାକୁ ପଡ଼ିବ । ଅଭିଭାବକଙ୍କ ଲିଖିତ ଅନୁମତି ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ମିଳିବ । ଯେଉଁ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ବିନା ଅନୁମତି ପତ୍ରରେ ଆସିବେ, ସେମାନଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

Schools May Open After Diwali Know What Saying School And Mass Education Minister Sameer Dash

ସେହିପରି ସ୍କୁଲରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ସ୍କୁଲ କ୍ଲାସ ରୁମ ସହ କ୍ୟାମ୍ପସକୁ ସାନିଟାଇଜ୍ କରାଯାଇଛି । ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜକୁ ବନ୍ଦ ରଖାଯାଇଥିବା ବେଳେ, ଅତ୍ୟାବଶ୍ୟକ ପାଠପଢ଼ା ଓ ପ୍ରାକ୍ଟିକାଲ ଜାରି ରହିବ । ଯଦି କୌଣସି ଛାତ୍ର କିମ୍ବା ଶିକ୍ଷକ ଓ କର୍ମଚାରୀ କରୋନା ପଜିଟିଭ୍ ଥାଆନ୍ତି, ସେମାନଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ସ୍କୁଲରେ ପ୍ରବେଶ ସମୟରେ ସମସ୍ତଙ୍କର କରାଯିବ ସ୍କ୍ରିନିଂ ଟେଷ୍ଟ ।

ଅନ୍ୟପଟେ ରାଜସ୍ଥାନରେ ମଧ୍ୟ ଆଜିଠୁ ସ୍କୁଲ ଖୋଲୁଛି । ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ । ଏନେଇ ରାଜସ୍ଥାନ ସରକାରଙ୍କ ତରଫରୁ ନୋଟିସ ଜାରି କରାଯାଇଛି  । ରାଜସ୍ଥାନ ଶିକ୍ଷା ବିଭାଗ ରାଜ୍ୟ ସରକାରଙ୍କୁ ଏକ ନୋଟିସ କରିଥିଲା । ଯେଉଁଥିରେ ଟ୍ରାଏଲ ପାଇଁ ୧୫ ଦିନ ସ୍କୁଲ ଖୋଲିବାକୁ ସରକାରଙ୍କୁ ଅନୁମତି ମାଗିଥିଲା । ପରେ ସରକାରଙ୍କ ତରଫରୁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିପାଇଁ ସରକାରଙ୍କ ତରଫରୁ ଏସଓପି ଜାରି କରାଯାଇଛି ।

Leave a Reply