ସ୍କୁଲ ଖୋଲିବାର ମାତ୍ର ୩ଦିନ ପରେ ଏମିତି ହେଲା ଅବସ୍ଥା

1 min read

ହାଇଦ୍ରାବାଦ: କରୋନା ସଂକ୍ରମଣ ଭିତରେ ସ୍କୁଲ ଖୋଲିବା ଆନ୍ଧ୍ର ସରକାରଙ୍କୁ ମହଙ୍ଗା ପଡ଼ିଛି । ନଭେମ୍ବର ୨ ରେ ରାଜ୍ୟରେ ଥିବା ୯ମ ଓ ୧୦ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲା। କିନ୍ତୁ ସ୍କୁଲ ଖୋଲିବାର ୩ ଦିନ ମଧ୍ୟରେ ୨୬୨ ଜଣ ଛାତ୍ରଛାତ୍ରୀ ଓ ୧୬୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସରକାର ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଅଛନ୍ତି ।

କହିଛନ୍ତି,  ଯେଉଁ ସଂଖ୍ୟାରେ ସ୍କୁଲକୁ ପିଲାମାନେ ଆସୁଛନ୍ତି, ସେମାନଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ। ନଭେମ୍ବର ୪ରେ ସାରା ରାଜ୍ୟରେ ପ୍ରାୟ ୪ ଲକ୍ଷ ଶିକ୍ଷାର୍ଥୀ ସ୍କୁଲ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨୬୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ମୋଟ ଶିକ୍ଷାର୍ଥୀଙ୍କର ୦.୧% ଠାରୁ ବି କମ୍‌। ଏଣୁ ସେମାନେ ସ୍କୁଲ ଆସି ଯେ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି କହିବା ଭୁଲ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଆନ୍ଧ୍ରସରକାର ।

ସେହିପରି ୧.୧୧ ଲକ୍ଷ ଶିକ୍ଷକଙ୍କ ମଧ୍ୟରୁ ୯୯ ହଜାର ଶିକ୍ଷକ ସ୍କୁଲ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୧୬୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏଣୁ ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave a Reply