ନୂଆ ଏସଓପି ଅନୁସାରେ ଖୋଲିବନି କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ସ୍କୁଲ

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ଜାରି ହୋଇଛି ଏସଓପି । ନୂଆ ଏସଓପି ଅନୁସାରେ କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ସ୍କୁଲ ଖୋଲିବନି । ଏହା ସହ ସ୍କୁଲ ଆସିବେନି ଶିକ୍ଷକ ଓ ଛାତ୍ରଛାତ୍ରୀ । ଯଦି ସ୍କୁଲ କର୍ମଚାରୀ କଣ୍ଟେନେମଣ୍ଟ ଜୋନରେ ଥିବେ ତେବେ ସେ ସ୍କୁଲ ଆସିବେନି । ସଂକ୍ରମିତ ଚିହ୍ନଟ ହେଲେ ସଂପୃକ୍ତ ସ୍କୁଲ ବନ୍ଦ କରିପାରିବେ ତୁରନ୍ତ ଜିଲ୍ଲାପାଳ । ସ୍କୁଲର ସମସ୍ତ ଅଞ୍ଚଳ ସାନିଟାଇଜ କରିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଲାଇବ୍ରେରୀ, ଲାବ୍‌, ରୋଷଇ ଘରକୁ ସାନିଟାଇଜ କରାଯିବ ।

ପାଣି ଟାଙ୍କି, ଗାଧୁଆ ଘର, ଟଏଲେଟ ବି ସାନିଟାଇଜ କରାଯିବ । ଯଦି ସ୍କୁଲରେ ପାନୀୟ ଜଳ ଓ ଟଏଲେଟ ବ୍ୟବସ୍ଥା ନାହିଁ ତେବେ ସ୍କୁଲ ଖୋଲିବ ନାହିଁ । ଏହି ସମୟରେ ହଷ୍ଟେଲ ସୁବିଧା ଛାତ୍ରଛାତ୍ରୀଙ୍କୁ ମିଳିବନାହିଁ । ହଷ୍ଟେଲ ଖୋଲିବା ନେଇ ମଧ୍ୟ ସରକାର ଏସଓପି ଜାରି କରିବେ । ସ୍କୁଲ ବସ୍‌ ୫୦% ଛାତ୍ରଛାତ୍ରୀଙ୍କୁ ନେଇ ଚାଲିପାରିବ । ତେବେ ସ୍କୁଲ ବସ୍‌ ସେବା ନେଇ ଅଭିଭାବକ ଉତ୍ତରଦାୟୀ ରହିବେ । ସମସ୍ତ ଏସଓପି ମାନିବା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସରକାର ଅପିଲ୍ କରିଛନ୍ତି ।

Leave a Reply