କଟକରେ ଆଜି ସକାଳ ୧୦ଟାରୁ ଖୋଲିବ ସ୍କୁଲ
ନନ୍ଦିଘୋଷ ବ୍ୟୁରୋ: କଟକରେ ଆଜି ସକାଳ ପରିବର୍ତ୍ତେ ୧୦ଟାରୁ ଖୋଲିବ ସ୍କୁଲ । ୧୦ଟାରୁ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ । କଟକ ଜିଲ୍ଲାରେ ପ୍ରବଳ ଶୀତ ଓ କୁହୁଡ଼ି ପାଇଁ ପ୍ରଶାସନର ନିଷ୍ପତ୍ତି । ଅଧିବେଶନ ଶେଷ ପରୀକ୍ଷା ଥିବାରୁ ସ୍କୁଲ ବନ୍ଦ ହେବନି । ପ୍ରତି ଶନିବାର ୧୦ରୁ ୪ ପର୍ଯ୍ୟନ୍ତ ଚାଲିବ ସ୍କୁଲ । ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ।
ଶୀତରେ ଥରୁଛି ଟୁଇନସିଟି । ଭୁବନେଶ୍ୱରରେ ୯.୪ ଡ଼ିଗ୍ରୀ, କଟକରେ ୮.୬ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନ ଧରି ଚତୁର୍ଥ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବାବେଳେ କଟକରେ ଜାନୁଆରୀ ମାସର ତଥା ସର୍ବକାଳୀନ ପଞ୍ଚମ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି l ଏହାକୁ ଦୃଷ୍ଟିରେ ରଖି ଶନିବାର ସକାଳ ପରିବର୍ତ୍ତେ ଦିନ ୧୦ଟାରୁ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

