ବଦଳି ଯାଇଛି କଂଗ୍ରେସ, ମୋଦିଙ୍କ ହାତରେ ଦେଶ ସୁରକ୍ଷିତ: ସିନ୍ଧିଆ

1 min read

ନୂଆଦିଲ୍ଲୀ: ୪୮ ଘଣ୍ଟାର ସସପେନ୍ସ । ମଧ୍ୟପ୍ରଦେଶ ରାଜନୀତିକୁ ଦେଇଛି ନୂଆ ମୋଡ଼ । ମଙ୍ଗଳବାର କଂଗ୍ରେସର ହାତ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ପଦ୍ମ ଧରିଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ଦଳ ପରିବର୍ତ୍ତନ ସହ ବଦଳି ଯାଇଛି ପରିଭାଷା ।

ବିଜେପିର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ ପରେ ସିନ୍ଧିଆ କହିଛନ୍ତି, ‘କଂଗ୍ରେସ ବଦଳି ଯାଇଛି । ଏବେ କଂଗ୍ରେସ ଜରିଆରେ ଆଉ ଜନସେବା କରିବା ସମ୍ଭବ ନୁହେଁ ।’ ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ମୋଦିଙ୍କ ହାତରେ ଦେଶର ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ବୋଲି କହିଛନ୍ତି ।

ଜୋତିରାଦିତ୍ୟ ମଧ୍ୟପ୍ରଦେଶର କମଲନାଥ ସରକାର ଉପରେ ବି ଜୋରଦାର ଆକ୍ରମଣ କରିଛନ୍ତି । କମଲନାଥ ସରକାରରେ କୃଷକ, ଯୁବକ ଉପେକ୍ଷିତ ହେଉଥିବା ବେଳେ ଭ୍ରଷ୍ଟାଚାର ବଢ଼ିଥିବା ସିନ୍ଧିଆ ଅଭିଯୋଗ କରିଛନ୍ତି । ମୁଁ କଂଗ୍ରେସରେ ୧୮ରୁ ୧୯ ବର୍ଷ ରହି ଶ୍ରଦ୍ଧାର ସହିତ ମଧ୍ୟପ୍ରଦେଶର ସେବା କରିବାକୁ ଚେଷ୍ଟା କରିଛି । କିନ୍ତୁ, ଏବେ ଉପୁଜିଥିବା ପରିସ୍ଥିତିରେ କଂଗ୍ରେସରେ ରହି ଜନସେବା କରିବା ଅସମ୍ଭବ । ପୂର୍ବରୁ ଥିବା କଂଗ୍ରେସ ଦଳ ଏବେର କଂଗ୍ରେସ ଭିତରେ ବହୁ ଫରକ ଅଛି । କଂଗ୍ରେସରେ ନୂଆ ନେତୃତ୍ୱକୁ ଠିକ୍ ମାନ୍ୟତା ମିଳୁନଥିବା ସିନ୍ଧିଆ କହିଛନ୍ତି ।

ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା

Leave a Reply