ଗୁଗୁଲରେ ସର୍ଚ୍ଚ କରନ୍ତୁ ଭିକାରୀ ….ଦେଖନ୍ତୁ କ’ଣ ଆସୁଛି ?

1 min read

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଟରନେଟ୍ ଦେଇଛି ନୂଆ ଉପାଧି। ଆପଣଙ୍କୁ କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ପରୀକ୍ଷା ନିରୀକ୍ଷା କରିବାକୁ ଗୁଗୁଲ୍ ଯାଇ ସର୍ଚ୍ଚ କରନ୍ତୁ ଭିକାରୀ….ମାନେ ଟାଇପ୍ କରନ୍ତୁ  BHIKARI….ତା’ ପରେ ଇମେଜରେ କ୍ଲିକ୍ କରନ୍ତୁ । ଦେଖନ୍ତୁ କ’ଣ ଆସୁଛି ସର୍ଚ୍ଚ ଇଂଜିନର ରେଜଲ୍ଟ।

ଭିକାରୀ ବେଶରେ ଇଣ୍ଟରନେଟ୍‌ରେ ଛାଇଯାଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଫଟୋ।

ଇମ୍ରାନ୍ ଖାଁ କ’ଣ ସତରେ ଭିକାରୀ ହୋଇଗଲେ ନା ତାଙ୍କୁ ଭିକାରୀ କହିବା ପଛରେ କାହାର ହାତ ଅଛି? ସତ କଥାଟା କ’ଣ ?

ଏବେ ଆସନ୍ତୁ ଜାଣିବା ଏମିତି କାହିଁକି ହେଲା ?

ବାସ୍ତବକଥା ହେଉଛି,  ଗୁଗୁଲ ସର୍ଚ ଇଂଜିନ୍‌ ଆଲ୍‌ଗୋରିଦିମ୍‌ ଆଉ ଅନେକ ତଥ୍ୟକୁ ଆଧାର କରି ତାର ଶ୍ରେଷ୍ଠ ରେଜଲ୍ଟ ଦେଇଥାଏ। ତେଣୁ ଇମ୍ରାନଙ୍କୁ ବ୍ୟକ୍ତିଗତ ଭାବେ କେହି ଭିକାରୀ କହିନି । ଇମ୍ରାନଙ୍କୁ ନେଇ ଘଣ୍ଟାଚକଟା କଲେ ତାଙ୍କ କାର୍ଯ୍ୟକଳାପ ସମ୍ଭବତଃ ଭିକାରୀ ଭଳି ହୋଇଛି । ଏବେ ଯେହେତୁ ଇମ୍ରାନ ବୁଲି ବୁଲି ବିଭିନ୍ନ ଦେଶକୁ ଆର୍ଥିକ ସାହାଯ୍ୟ ମାଗୁଛନ୍ତି, ଆଉ ସେଇ ଖବରକୁ ଯ଼ଦି ଭଲ ରକମ ଅନୁଶୀଳନ ବା ବିଶ୍ଲେଷଣ କରାଯାଏ ସିଏ ଗୋଟେ ପ୍ରକାର ଭିକାରୀ ଭଳି କାର୍ଯ୍ୟ ହେଉଛି। ସମ୍ଭବତଃ ସେଇଥିପାଇଁ ଗୁଗୁଲ ସର୍ଚ୍ଚ ଇଂଜିନ୍ ତାଙ୍କୁ ଭିକାରୀ ଭାବେ ଦେଖାଉଛି।

ଆମେ ଆପଣଙ୍କୁ ଗତ ବର୍ଷର ଏକ ଖବର କହୁଛୁ, ଯାହା ଆପଣଙ୍କର ଆଦୌ ବିଶ୍ୱାସ ହେବ ନାହିଁ । ଗତ ବର୍ଷ ଯେତେବେଳେ ଇମ୍ରାନ୍ ଆର୍ଥିକ ସହାୟତା ମାଗିବାକୁ ଚୀନ୍ ଯାଇଥିଲେ, ସେତେବେଳେ ପାକିସ୍ତାନର ଜାତୀୟ ଟିଭି ଚ୍ୟାନେଲ ପିଟିଭି ଇମ୍ରାନଙ୍କ ଭାଷଣର ଲାଇଭ୍ ଦେଖାଉଥିଲା । ଆଉ ସେତେବେଳେ ପିଟିଭି ତା’ର ଲୋକସନ୍ ଷ୍ଟ୍ରିପରେ ବେଜିଂ ( Beijing)କୁ ବେଗିଂ ( Begging) ଭାବେ ଲେଖିଥିଲା । ବେଗିଂର ଅର୍ଥ ହେଉଛି  ‘ଭିକ୍ଷା ମାଗୁଛି’ । ଏହି ଶବ୍ଦ ୨୦ ସେକେଣ୍ଡ ଧରି ଟିଭି ସ୍କ୍ରିନରେ ରହିଥିଲା । ପାକିସ୍ତାନରେ ଏହି ଘଟଣା ନେଇ ବେଶ୍ କିଛି ଦିନ ତନାଘନା ଚାଲିଥିଲା ।

ଗୁଗୁଲ୍ ସର୍ଚ୍ଚ ଇଂଜିନରେ ଇମ୍ରାନ ଭିକାରୀ ଅବତାରରେ ଦେଖାଦେବାକୁ ପାକିସ୍ତାନୀ ସହଜରେ ଗ୍ରହଣ କରୁନାହାନ୍ତି । ଏଥିରେ ଭାରତର ହାତ ଅଛି ବୋଲି ଅଭିଯୋଗ କରୁଛନ୍ତି । ଯେହେତୁ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଜଣେ ଭାରତୀୟ, ତାଙ୍କୁ ପାକିସ୍ତାନୀ ଦୋଷ ଦେଉଛନ୍ତି। ବାସ୍ତବରେ ତାଙ୍କୁ ଦୋଷ ଦେଇ ଲାଭ ନାହିଁ। ଯ଼ୋଉ ଗୁଗୁଲ୍‌ ଇଂଜିନ୍‌ରେ ଇଡିଅଟ୍‌ ସର୍ଚ୍ଚ କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବାହାରୁଛନ୍ତି,ସେଇଠି ଭିକାରୀ ସର୍ଚ୍ଚ କଲେ ଇମ୍ରାନ୍‌ ଖାଁ ବାହାରିବା ଅସମ୍ଭବ ନୁହେଁ । ନିରାଟ ସତ କଥା ହେଉଛି, ନିଜେ ଗୁଗୁଲ୍ ଚାହିଁଲେ ବି ଏ କଥା ବଦଳାଇ ହେବ ନାହିଁ । କାରଣ ଏ କଥା ଗୁଗୁଲ୍ ହାତରେ ବି ନାହିଁ ।

ବିଚରା ଇମ୍ରାନ୍‌ ଖାଁ କହୁଥିଲେ ମୁଁ ହେଉଛି ଓ୍ୱାର୍ଲଡ୍‌ ଚାମ୍ପିୟନ୍‌। ପାକିସ୍ତାନକୁ ବିଶ୍ୱକପ୍‌ର ସ୍ୱାଦ ଚଖେଇଛି, ଆଉ ଏବେ କାଶ୍ମୀର ସ୍ୱାଦ ଚଖେଇବି । କିନ୍ତୁ ଭାଗ୍ୟ ସାଥ୍‌ ଦେଉନି।

ପାକିସ୍ତାନରେ ହା’ ଅନ୍ନ ହା’ ଅନ୍ନ ଚିତ୍କାର

ଇମ୍ରାନ୍‌ଙ୍କୁ କାଶ୍ମୀର ଚିନ୍ତା ଲାଗିଥିବା ବେଳେ ତାଙ୍କ ଦେଶରେ କିନ୍ତୁ ହା’ ଅନ୍ନ ହା’ ଅନ୍ନ ଚିତ୍କାର। ଗରିବ ଲୋକଙ୍କ ଚୁଲି ଦି ଓଳି ଜଳୁନି, ଦରଦାମ ଆକାଶଛୁଆଁ। ସାଧାରଣ ଲୋକେ ଖାଇବା ସାମଗ୍ରୀ କିଣିପାରୁ ନାହାନ୍ତି,ବଜାର ମାନ୍ଦା। ମାନେ ପାକିସ୍ତାନର ଅର୍ଥନୀତି ପୂରା ଦେବାଳିଆ। ଦେଶ ଭିତରେ ତାଙ୍କୁ ବିରୋଧ ଆରମ୍ଭ ହେଲାଣି ।

ଏକ ରିପୋର୍ଟ କହୁଛି ଜଣେ ଭାରତୀୟ ପରିବା ବଜାରକୁ ଗଲେ ଆଳୁ ଅତି କମରେ ଗୋଟିଏ କିଲୋ ଆଣୁଥିବା ବେଳେ ଜଣେ ପାକିସ୍ତାନୀ ପରିବା ମାର୍କେଟ୍ କଲେ ୨୦୦ ଗ୍ରାମ୍ ଆଳୁ କିଣିଥାଏ । ଭାରତରେ ଅବଶ୍ୟ ଏବେ ଆଳୁ ଦର ଉଚ୍ଚା ଅଛି, କିନ୍ତୁ ପାକିସ୍ତାନରେ ୨୦୦ ଗ୍ରାମର ଦର ପ୍ରାୟ ୯ଟଙ୍କା । ଅନ୍ୟାନ୍ୟ ଦରଦାମ୍ କଥା ନ କହିବା ଭଲ ।

Leave a Reply