ଭାଇରାଲ୍ ହେଉଛି ପ୍ରଭୁ ରାମଙ୍କ ଦ୍ୱିତୀୟ ପ୍ରତିମାର ଚିତ୍ର, ଦେଖନ୍ତୁ…

ଅଯୋଧ୍ୟା: ଗତ  ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ରାମ ଲଲ୍ଳାଙ୍କୁ ପ୍ରତିଷ୍ଠା କରାଯାଇଛି। ଏହି ସମୟରେ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏପରିକି ପ୍ରତ୍ୟେକ ମନ୍ଦିର ଓ ପ୍ରତ୍ୟେକ ଘରେ ପ୍ରଭୁ ରାମଙ୍କ ନାମରେ ପ୍ରଦୀପ ପ୍ରଜ୍ୱଳିତ କରାଯାଇଥିଲା। ଫଳରେ ସାରା ଦେଶରେ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା। ମୈସୁରର ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା କୃଷ୍ଣଶିଳାରେ ନିର୍ମିତ ଏହି ପ୍ରତିମାକୁ ମନ୍ଦିରର ଗର୍ଭ ଗୃହରେ ସ୍ଥାପନ କରାଯାଇଛି।

ଗର୍ଭ ଗୃହରେ ସ୍ଥାପନା ପାଇଁ ୩ଟି ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା। କିନ୍ତୁ ଗୋଟିଏ ମୂର୍ତ୍ତି ଗର୍ଭ ଗୃହରେ ପ୍ରତିଷ୍ଠା ହେବାପରେ ବାକି ମୂର୍ତ୍ତିଗୁଡିକ କେଉଁଠି ସ୍ଥାପିତ ହେବ ଠିକ୍ ହୋଇନାହିଁ।

ତେବେ ନିକଟରେ ଦ୍ୱିତୀୟ ମୂର୍ତ୍ତିର ଚିତ୍ର ଖୁବ୍ ଭାଇରାଲ୍ ହେଉଛି । ଯାହା ଶ୍ୱେତ ବର୍ଣ୍ଣର । ଏଥିରେ ପ୍ରଭୁ ରାମଙ୍କ ଚରଣରେ ହନୁମାନ ବିରାଜମାନ କରିଛନ୍ତି । ଖାଲି ଏତିକି ନୁହେଁ ଏହାର ଚାରିପଟେ ଭଗବାନ ବିଷ୍ଣୁଙ୍କର ଅବତାର ରହିଛି । ଏଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ଚିତ୍ର ରହିଛି । ଯେଉଁଥିରେ ମତ୍ସ୍ୟ, କୁର୍ମ, ବରାହ, ନରସିଂହ, ବାମନ, ପର୍ଶୁରାମ, ରାମ, କୃଷ୍ଣ, ବୁଦ୍ଧ ଏବଂ  କଲକି ଅବତାର ରହିଛି । ଯଦିଓ ତୃତୀୟ ପ୍ରତିମା ସମ୍ପର୍କରେ ଏଯାବତ୍ ଜଣାପଡିନାହିଁ ।