ଅତ୍ୟଧିକ ତାତି ପାଇଁ ଏହି ସହରରେ ୧୪୪ ଧାରା ଲାଗୁ

ମୁମ୍ବାଇ: ମହାରାଷ୍ଟ୍ରର ଅକୋଲା ସହରରେ ୧୪୪ ଧାରା  । ଅତ୍ୟଧିକ ତାତି ପାଇଁ ଏଠାରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ  । ଗତ ଦୁଇ ଦିନ ମଧ୍ୟରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଛି  । ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଏଠାରେ ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା  । ସେହିପରି ଶନିବାର ଦିନ ଏଠାରେ ତାପମାତ୍ରା ୪୫.୬ ଡିଗ୍ରୀ ପହଞ୍ଚିଥିଲା  ।

ଲୁ ପାଇଁ ଏଠାରେ ପ୍ରଶାସନ ସାଧାରଣ ସଭା ଓ ସମାରୋହରେ ରୋକ ଲଗାଇଛି  । ଆସନ୍ତା ମେ ୩୧ ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ  । ମହାରାଷ୍ଟ୍ରର ରାଜରାସ୍ତାରେ ଏବେ ଜମୁଛି ଆଇସକ୍ରିମ ଓ ଜୁସ୍‌ ବେପାରୀଙ୍କ ଭିଡ  । ରାସ୍ତାଘାଟ ଚାରିଆଡେ ଖାଁ ଖାଁ  । ସର୍ବାଧିକ ୯ ଦିନ ହିଟୱେଭ ପାଇଁ ପାଣିପାଗ ବିଭାଗ କେତେକ ରାଜ୍ୟରେ ରେଡ୍‌ ଆଲର୍ଟ ଜାରି କରିଛି  ।

ପାଣିପାଗ ବିଭାଗ ଅନୁସାରେ ମେ’ ରେ ଦେଶରେ ଅଧିକାଂଶ ସ୍ଥାନରେ ସର୍ବାଧିକ ଗରମ ଅନୁଭୂତ ହେବ  । ଖାସ୍‌ କରି ଉତ୍ତର ଓ ପଶ୍ଚିମ ଭାରତର କେତେକ ସ୍ଥାନରେ ତାପମାତ୍ରା ସାମାନ୍ୟରୁ ଅଧିକ ରହିବ  ।