ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଛିଦ୍ର, ଫ୍ଲାଏ ଓଭରରେ ୧୫ ମିନିଟ୍ ଅଟକିଲା ମୋଦିଙ୍କ କାର୍

1 min read
Security breach in PM Narendra Modi's Convoy Near Punjab's Ferozepur

ଫିରୋଜପୁର: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି । ଭଟିଣ୍ଡା ବିମାନବନ୍ଦରରୁ ଫିରୋଜପୁର ସଡ଼କମାର୍ଗରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରାସ୍ତାରେ ଅଟକାଇଥିଲେ ଆନ୍ଦୋଳନକାରୀ କୃଷକ । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫିରୋଜପୁର ରାଲିକୁ ଯିବାକୁ ଦେଇନଥିଲେ ।  ୧୫ ମିନିଟ୍ ଧରି ଭଟିଣ୍ଡାର ଏକ ଫ୍ଲାଏଓଭର ଉପରେ ଅଟକି ରହିବା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରକୁ ଫେରିଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ କହିଥିଲେ ଯେ, ‘ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ କହିବେ ଯେ, ମୁଁ ଭଟିଣ୍ଡା ବିମାନବନ୍ଦର ପର୍ଯ୍ୟନ୍ତ ଜୀବିତ ପହଞ୍ଚି ପାରିଲି’ । ସୂଚନାଯୋଗ୍ୟ ଯେ, ଫିରୋଜପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଯାଉଥିଲେ । ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମରେ ପହଞ୍ଚି ନପାରିବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।

ଗୃହ ମନ୍ତ୍ରଣାଳୟ ମାଗିଲା ରିପୋର୍ଟ

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଏଭଳି ରୋକାଯିବାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହ ବିଭାଗ ଏହାକୁ ଗମ୍ଭୀର ଭୁଲ ଭାବେ ଗ୍ରହଣ କରି ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ କରିଛି । ଏହା ସହିତ ଏଥିପାଇଁ ଯେଉଁମମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରିବାକୁ ମଧ୍ୟ ଗୃହ ବିଭାଗ କହିଛି । ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଭଟିଣ୍ଡାରୁ ହୁସୈନିବାଲାରେ ଜାତୀୟ ସହିଦ ସ୍ମାରକସ୍ଥଳକୁ ଯାତ୍ରା କରୁଥିଲେ ।

Security breach in PM Narendra Modi's Convoy Near Punjab's Ferozepur

ଅନ୍ୟପକ୍ଷରେ ଫିରୋଜପୁରରେ ଉପସ୍ଥିତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆପଣ ମାନଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ କିନ୍ତୁ କିଛି କାରଣ ପାଇଁ ସେ ଆସି ପାରିନାହାନ୍ତି । ତେବେ କାର୍ଯକ୍ରମ ରଦ୍ଦ କରାଯାଇ ନାହିଁ କେବଳ ସ୍ଥଗିତ ହୋଇଛି ବୋଲି ସେ କହିଛନ୍ତି ।

Security breach in PM Narendra Modi's Convoy Near Punjab's Ferozepur

ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ବିରୋଧରେ ବିଜେପି ଓ ଅକାଳୀ ଦଳ ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଛି । ବିଜେପି ନେତା ମଜିନ୍ଦର ସିଂହ ସିରଶା ଏହି ଘଟଣା କଂଗ୍ରେସ ପ୍ରାୟୋଜିତ ବୋଲି କହିଛନ୍ତି । ଆଇଏସଆଇ ଓ ପାକିସ୍ତାନ ସହିତ ମିଶି କଂଗ୍ରେସ ପଂଜାବରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

Leave a Reply