spot_img

Latest Posts

ଆରଏସଏସକୁ ତାଲିବାନ ସହ ତୁଳନା କଲେ ଜାଭେଦ, କ୍ଷମାଭିକ୍ଷା ଦାବି କଲା ବିଜେପି

ମୁମ୍ବାଇ: ସଂଗୀତଜ୍ଞ ଜାଭେଦ ଅଖତର ଆରଏସଏସକୁ ନେଇ ଏକ ବିବାଦୀୟ ବୟାନ ଦେବାପରେ ତାଙ୍କ ଘର ବାହାରେ ବଢିଲା ସୁରକ୍ଷା । ଆରଏସଏସକୁ ତାଲିବାନ ସହ ତୁଳନା କରି ବିବାଦୀୟ ବୟାନ ଦେବା ପରେ ଚର୍ଚ୍ଚାରେ ଥିବା ଅଖତାରଙ୍କ ପ୍ରତି ବିପଦ ଥିବା ଆଶଙ୍କା କରି ତାଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଛି। ଆରଏସଏସ ଓ ତାଲିବାନ ମଧ୍ୟରେ କିଛି ଫରକ ନାହିଁ ବୋଲି ଅଖତାର କହିବା ପରେ ଏହି ବିବୃତିକୁ ନେଇ ବଢିଛି ବିବାଦ।

ସେପଟେ ଆରଏସଏସର ପକ୍ଷ ନେଇଛି ଶିବସେନା। ତେଣେ ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ ରାମ କଦମ ଏହି ପ୍ରସଙ୍ଗରେ ଅଖତରଙ୍କ କ୍ଷମାଭିକ୍ଷା ଦାବି କରିଛନ୍ତି। ସେ କହିଛନ୍ତି ଅଖତର କ୍ଷମା ନ ମାଗିବା ଯାଏଁ ତାଙ୍କ ସହ ଜଡିତ ଥିବା କୌଣସି ଫିଲ୍ମକୁ ଚାଲିବାକୁ ଦିଆଯିବନାହିଁ। ଏକ ସାକ୍ଷାତକାରରେ ଅଖତାର କହିଥିଲେ- ଆଫଗାନିସ୍ତାନରେ ତାଲିବାନ ଏକ ଇସଲାମିକ ରାଷ୍ଟ୍ର ଆହ୍ୱାନ ଦେଉଛି। ଭାରତରେ ବି କିଛି ଗୋଷ୍ଠୀ ଏହାକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ଲାଗି ଉଦ୍ୟମ କରୁଛନ୍ତି।

ଯଦିଓ ଅଖତର ଆରଏସଏସର ନାଁ ନେଇ ନାହାନ୍ତି ତଥାପି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛି ଆରଏସଏସ। ମୁମ୍ବାଇ ଇସ୍କନ ମନ୍ଦିର ନିକଟସ୍ଥ ଜାଭେଦ ଅଖତରଙ୍କ ବାସଭବନ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି। ସେପଟେ ଅଖତରଙ୍କ ବୟାନକୁ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

Latest Posts

Don't Miss