ଭୋଟ୍ ଦେବା ପରେ ଆମକୁ ପଠାନ୍ତୁ ଆପଣଙ୍କ ସେଲ୍ଫି

1 min read
Send Selfie After Voting On Municipal Elections

ଭୁବନେଶ୍ୱର: ଗୁରୁବାର ଭୋଟ୍ । ରାଜ୍ୟର ୩ ମହାନଗର ନିଗମ ସହିତ ପୌରାଞ୍ଚଳ ଓ ପୌରପରିଷଦରେ ଭୋଟ୍ ଗ୍ରହଣ ହେବ । ଗଣତନ୍ତ୍ରର ମହାପର୍ବରେ ସାମିଲ୍ ହେବେ ଆପଣ । ଭୋଟ୍ ଦେବା ପରେ ଆପଣ ଆମକୁ ଆପଣଙ୍କ ସେଲ୍ଫି ପଠାନ୍ତୁ । ଆମେ ନନ୍ଦିଘୋଷ ଟିଭିର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆପଣଙ୍କ ଫଟୋ ପୋଷ୍ଟ କରିବୁ । ଭୋଟ୍ ଦାନ ପରେ ଆମ ଆମ ହ୍ୱାଟ୍ସଆପ୍ ନମ୍ବର-8093023643ରେ ଆପଣଙ୍କ ସେଲ୍ଫି ପଠାନ୍ତୁ ।

ରାଜ୍ୟରେ ପୌର ନିର୍ବାଚନ । ୨୬ରେ ଗଣତି । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ହେବ ନିର୍ବାଚନ । ୪ ହଜାର ୩ ଶହ ୭୩ ବୁଥରେ ମୋଟ ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ପୌର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଏଥିସହ ପଢ଼ନ୍ତୁ: Municipal Elections: କାଲି ସକାଳ ୮ଟାରୁ ୪ ହଜାରରୁ ଅଧିକ ବୁଥରେ ଭୋଟ୍ ଗ୍ରହଣ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ମୋଟ ୧୭ ଶହ ୩୭ ୱାର୍ଡରେ ହେବ ଭୋଟିଂ । ୪ ହଜାର ୩୭୩ ବୁଥରେ ନିର୍ବାଚନ ହେବ, ପ୍ରତି ବୁଥରେ ରହିବ ଦୁଇଟି ଇଭିଏମ୍ ରହିବ । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ । କଟକର ମେୟର, ବାରିପଦାର ଅଧ୍ୟକ୍ଷ ପଦ ପାଇଁ ୧୬ ଜଣ ଏବଂ ଜୟପୁରର ଅଧ୍ୟକ୍ଷ ପଦ ପାଇଁ ୧୮ ଜଣ ପ୍ରାର୍ଥୀ ଥିବାରୁ ଏହିସବୁ ଜାଗାରେ ଗୋଟିଏ ଲେଖାଏଁ ଅତିରିକ୍ତ ବାଲଟ୍ ୟୁନିଟ୍ ଇଭିଏମ୍ ଲାଗିବ ।