କୋଭିଡରେ ଆଖି ବୁଜିଲେ ସାମ୍ବାଦିକ ଅଞ୍ଜନ୍ ବନ୍ଦୋପାଧ୍ୟାୟ , ଜୀ-୨୪ ଘଣ୍ଟାର ଥିଲେ ସମ୍ପାଦକ

1 min read

କୋଲକାତା: ବରିଷ୍ଠ ସାମ୍ବାଦିକ ତଥା ପଶ୍ଚିମବଙ୍ଗର ଲୋକପ୍ରିୟ ଟିଭି ଆଙ୍କର୍ ଅଞ୍ଜନ୍ ବନ୍ଦୋପାଧ୍ୟାୟଙ୍କ ମୃତ୍ୟୁ ଘଟିଛି। ରବିବାର ରାତିରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ସଂକ୍ରମିତ ହେବା ପରେ ମେଡିକାଲରେ ଚିକିତ୍ସିତ ହେଉଥିଲେ ୫୬ ବର୍ଷୀୟ ବନ୍ଦୋପାଧ୍ୟାୟ । ବଙ୍ଗୀୟ ନ୍ୟୁଜ୍ ଚ୍ୟାନେଲ ଜୀ-୨୪ ଘଣ୍ଟା (Zee-24 Ghanta) ର ସମ୍ପାଦକ ଥିଲେ ଅଞ୍ଜନ୍ ବନ୍ଦୋପାଧ୍ୟାୟ ।

ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା କହିଛନ୍ତି । ଅଞ୍ଜନ ବନ୍ଦୋପାଧ୍ୟାୟଙ୍କ ଦେହାନ୍ତରେ ଅନ୍ୟ ସହଯୋଗୀ ସାମ୍ବାଦିକମାନେ ସ୍ତବ୍ଧ ହୋଇଯାଇଛନ୍ତି । ସେପଟେ ତାଙ୍କ ନିଧନ ଜୀ ଗ୍ରୁପ୍ ପାଇଁ ଅପୂରଣୀୟ କ୍ଷତି । ତାଙ୍କ ମୃତ୍ୟୁରେ ରାଜ୍ୟର ସିଏମ ମମତା ବାନାର୍ଜୀ ଓ ରାଜ୍ୟପାଳ ଗଭୀର ସମବେଦନା ଜଣାଇଛନ୍ତି ।

ଅଞ୍ଜନ ବନ୍ଦୋପାଧ୍ୟାୟ ରବିବାର ରାତି ୯.୨୫ରେ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପରିବାର ସଦସ୍ୟ କହିଛନ୍ତି ଯେ ଏପ୍ରିଲ ମଧ୍ୟଭାଗରେ ଅଞ୍ଜନ କୋରୋନା ପଜିଟିଭ ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ସାମାନ୍ୟ ସୁସ୍ଥ ହେବା ପରେ ସେ ଥରେ ଘରକୁ ଫେରିଥିଲେ, କିନ୍ତୁ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପରେ ତାଙ୍କର ଦେହାନ୍ତ ଘଟିଥିବା ଜାଣିବାକୁ ମିଳିଛି ।

Leave a Reply