ବିଜେପିର ନିର୍ବାଚନୀ ଇସ୍ତାହାରକୁ ତୀର ମାରିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

ବିଜେପିର ନିର୍ବାଚନୀ ଇସ୍ତାହାରକୁ ତୀର ମାରିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ୧୦ ବର୍ଷରେ ଧାନର ଏମଏସପି ବଢାଇପାରିଲେନି। ଏବେ ନିର୍ବାଚନ ଆସିବାରୁ ଓଡ଼ିଶାର ଚାଷୀଙ୍କୁ ଭୁଆଁ ବୁଲାଇବାକୁ ପଳାଇଆସିଛି ବିଜେପି । ୧୦ ବର୍ଷ ହେଲା ବିଜେପି କଣ ଶୋଇଥିଲା କି ବୋଲି ପ୍ରଶ୍ନ କରିବା ସହ ଇସ୍ତାହାରକୁ କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ । ନୟାଗଡ଼ ଓଡଗାଁରେ ପ୍ରଚାର ସଭାରେ ବିଜେପି ପୂର୍ବରୁ ଦେଇଥିବା ଇସ୍ତାହାର କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ପାଣ୍ଡିଆନ କହିଛନ୍ତି, ଧାନର ଏମଏସପି ଦୁଇଗୁଣ କରିବେ ବୋଲି ବିଜେପି ଗତ ଦୁଇଟି ସାଧାରଣ ନିର୍ବାଚନରେ ଇସ୍ତାହାର ଦେଇଥିଲା । ହେଲେ ନିର୍ବାଚନ ପରେ ଚାଷୀଙ୍କ କଥା ପୂରାପୁରି ଭୁଲିଗଲେ । ହେଲେ ଏବେ ଭୋଟ ଆସିବାରୁ ଚାଷୀଙ୍କୁ ଭୁଆଁ 00ବୁଲାଇବାକୁ ପଳାଇଆସିଛନ୍ତି । ଧାନର ଏମଏସପି ୩୦୦୦ ଟଙ୍କା କରାଯିବ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ କରୁଛନ୍ତି । ଯଦି ଏମଏସପି ବଢାଇବାର ଥିଲା ତେବେ ୧୦ ବର୍ଷ ହେଲା କଣ ଶୋଇଥିଲେ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଭତ୍ତା ପ୍ରସଙ୍ଗରେ ବି ବିଜେପିର ପ୍ରତିଶୃତିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଡବଲ ଇଞ୍ଜିନ ସରକାର ୩୦୦ ଟଙ୍କା ଭତ୍ତା ଦେଉଥିବାବେଳେ ନବୀନ ଇଞ୍ଜିନ ଲୋକଙ୍କୁ ହଜାରେ ଟଙ୍କା ଭତ୍ତା ଦେଉଛି । ଏବେ ବିଜେପି ୩୦୦୦ ଟଙ୍କା ଭତ୍ତା ଦେବାକୁ ପ୍ରତିଶୃତି ଦେଉଛି । ୬ ମାସ ଆଗରୁ କାହିଁକି ଭତ୍ତା ବଢାଇଲନି ବୋଲି ଜବାବ ମାଗିଛନ୍ତି ପାଣ୍ଡିଆନ । ଏହାଛଡ଼ା ପେଟ୍ରୋଲ, ଡିଜେଲ ଓ ଗ୍ଯାସ ଦର ବୃଦ୍ଧି ପ୍ରସଙ୍ଗରେ ବର୍ଷିଛନ୍ତି ପାଣ୍ଡିଆନ । ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶୃତି ଦେଇଥିବା ବିଜେପି ୧୦ ବର୍ଷରେ ୨୦ କୋଟି ଚାକିରି ଦେବାକଥା । ଓଡ଼ିଶା ଭାଗରେ ୮୦ ଲକ୍ଷ ଚାକିରି ପଡ଼ିବା କଥା । ହେଲେ ଆଜିଯାଏ କେତେ ଲୋକଙ୍କୁ ଚାକିରି ଦେଇଛ ବୋଲି ଜବାବ ମାଗି ବିଜେପି ଉପରେ ବର୍ଷିଛନ୍ତି କାର୍ତ୍ତିକ ପାଣ୍ଡିଆନ ।