ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ ବିଜେଡି ନେତା ରୋହିତ ପୂଜାରୀ

ସମ୍ବଲପୁର: ରାଜ୍ୟରେ ସରକାର ପରିବର୍ତ୍ତନ ପରେ ସମ୍ପୂର୍ଣ୍ଣ ବଦଳିଯାଇଛି ପୋଲିସର କାର୍ଯ୍ୟକଳାପ ଓ ଆଭିମୁଖ୍ୟ । ରାଜଧାନୀରେ ଯେପରି କଂଗ୍ରେସ ବିକ୍ଷୋଭ ସମୟରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସ ଦମନ ଲୀଳା ଚଳାଇଲା, ଠିକ୍ ସେହିପରି ସମ୍ବଲପୁରରେ ବିଜେଡି କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା ସମୟର ମାଡ଼ ମାରିଲା ପୋଲିସ ।
ତେବେ ମାଡ଼ ମାରି ପୁଣି ବାନ୍ଧିବାକୁ ପ୍ରୟାସ ଆରମ୍ଭ କରିଛି ସମ୍ବଲପୁର ପୋଲିସ । କାରଣ ମିଛ ଅଭିଯୋଗ ଆଣି ନିଜେ ମାଡ଼ ମାରି ଓଲଟା ୨୦ ଜଣ ବିଜେଡି କର୍ମୀଙ୍କ ନାଁରେ ମାମଲା ରୁଜୁ କରିଛି । ଯାହାକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ରୋହିତ ପୂଜାରୀ । ସେ କହିଛନ୍ତି ପୋଲିସ ସରକାରଙ୍କ ଗୁଣ୍ଡା ପାଲଟିଗଲା ଓ ବିଜେଡି କର୍ମୀଙ୍କୁ ମାଡ଼ ମାରିବା ସମୟ ଥାଉ ଥାଉ ନ ସୁଧୁରିଲା ପରିସ୍ଥିତି ଭୟଙ୍କର ହେବବୋଲି କହିଛନ୍ତି ରୋହିତ ।