ଆସନ୍ତା ସପ୍ତାହରୁ ବୟସ୍କ ନେଇପାରିବେ ନାଜାଲ ଭାକସିନ, ବୁଷ୍ଟର ଭାବେ ନେବାକୁ ପରାମର୍ଶ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ବୟସ୍କଙ୍କୁ ବୁଷ୍ଟର ଡୋଜ ଭାବେ ନାଜାଲ ଭାକ୍ସିନ ଦେବା ଲାଗି ପରାମର୍ଶ ଦେଇଛି ବିଶେଷଜ୍ଞ କମିଟି । ଭାରତ ବାୟୋଟେକର ଇନୋକୋଭାକକୁ ମଞ୍ଜୁରୀ ଦିଆଯାଇଥିବାବେଳେ ଏହାକୁ କୋଭିଡ ମୁକାବିଲା ଲାଗି ବ୍ୟବହାର କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ଆସନ୍ତା ସପ୍ତାହରେ ଇନକୋଭାକ ଟିକାକୁ ବୟସ୍କଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବ ବୋଲି ଗତକାଲି କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । କୋ-ଓ୍ବିନ ଆପରେ ଏହି ନାଜାଲ ଭାକସିନକୁ ସାମିଲ କରାଯିବ । ଇନକୋଭାକକୁ ଔଷଧ ମହାନିୟନ୍ତ୍ରକ ମଞ୍ଜୁରୀ ଦେଇଥିବାବେଳେ ଏହା ପ୍ରୟୋଗ କରିବା ସହଜ ହୋଇଥାଏ । ଏହା ସହ କୋଭିଡ ସଂକ୍ରମଣ ରୋକିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଗତକାଲି ମାଣ୍ଡଭିୟ କହିଥିଲେ- ଦେଶରେ କରୋନା ମୁକାବିଲା ଲାଗି ଅନେକ ପ୍ରକାର ଟିକା ରହିଛି । ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ନାଜାଲ ଭାକ୍ସିନ ।