‘ପାଇକ ବିଦ୍ରୋହକୁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ସ୍ୱୀକୃତି ଦେଇଥିଲେ’

ଭୁବନେଶ୍ୱର: ପାଇକ ବିଦ୍ରୋହ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ  । ସେ କହିଛନ୍ତି, ବିଜେଡିର ପ୍ରତିବାଦ ଯଥାର୍ଥ। ଆମେ ବି ପାଞ୍ଚ ଦିନ ଆଗରୁ ଏହି କଥା କହିଥିଲୁ। ଆସନ୍ତା 8 ତାରିଖରେ ଖୋର୍ଦ୍ଧା ଓ ଜଟଣୀର ହଜାର ହଜାର ଲୋକ ବରୁଣେଇ ପାହାଡ଼ ତଳେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ସୁର ରାଉତରାୟ  ।

ସେହିପରି ସୁର କହିଛନ୍ତି, ବିଜେପି ସାଂସଦ, ମନ୍ତ୍ରୀ ଓ ବିଧାୟକମାନଙ୍କ ସ୍ୱାଭିମାନ ନାହିଁ। ସେମାନଙ୍କୁ ଆଗ ଘେରାଓ କରିବୁ। ସେମାନଙ୍କର ଏଭଳି ଆଭିମୁଖ୍ୟକୁ ନିନ୍ଦା କରୁଛୁ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଜେ ପାଇକ ବିଦ୍ରୋହକୁ ସ୍ୱୀକୃତି ଦେଇଛନ୍ତି। ବରୁଣେଇ ପାହାଡ଼ ତଳେ ସ୍ତମ୍ଭକୁ ଶୁଭ ଦେଇଛନ୍ତି । ନିଜ କଥାରୁ ନଓହରି ଓଡ଼ଡିଶାର ସ୍ୱାଭିମାନକୁ ସମ୍ମାନ ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ।

ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସୁର କହିଛନ୍ତି, ଓଡ଼ିଶାକୁ ବଦନାମ କରନି କି ସ୍ୱାଭିମାନ ନଷ୍ଟ କରନି। ଅପରାଜିତା ଷଡଙ୍ଗୀଙ୍କ ଏହା ପ୍ରମୁଖ ଅଞ୍ଚଳ। ହେଲେ ସେ ଗଲେ କୁଆଡ଼େ ? ୮ ଦିନ ହେବ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିବୃତି ଦେଲେଣି। ହେଲେ ଅପରାଜିତା ଷଡଙ୍ଗୀ ଲୋକସଭାରେ ଏ ଦିଗରେ କିଛି ବିବୃତି ଦେଇ ନାହାନ୍ତି କିମ୍ବା ତାଙ୍କର ସ୍ୱାଭିମାନ ନାହିଁ ବୋଲି ପ୍ରତିକ୍ରିୟାା ରଖିଛନ୍ତି  ।

Leave a Reply