ଭାରତ ବଜାରକୁ ଆସିପାରେ ଆଉ ଏକ ବିଦେଶୀ ଟିକା !

ପୁନେ: କରୋନାକୁ ମାତ ଦେବାକୁ ବଜାରରେ ଖୁବ ଶୀଘ୍ର ଉପଲବ୍ଧ ହୋଇପାରେ କରୋନାର ଆଉ ଏକ ଟିକା । ପୁଣେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ) ଆମେରିକୀୟ ଟିକା ନୋଭାଭାକ୍ସର ଉତ୍ପାଦନ ଆରମ୍ଭ କରିଛି । ଏହା ଫଳରେ ଭାରତରେ କରୋନା ଟିକାର ଉପଲବ୍ଧତା ଆହୁରି ବଢିବାର ସମ୍ଭାବନା ରହିଛି  । ଏନେଇ ସିରମ ଇନଷ୍ଟିଚ୍ୟୁଟର ଏମଡି ଅଦର ପୁନାଓ୍ବାଲା ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ଅଦର ପୁନାଓ୍ବାଲା ଟ୍ୱିଟରେ ଲେଖିଥିଲେ ଯେ ଆମେରିକୀୟ ଟିକା ନୋଭାଭାକ୍ସର ପ୍ରଥମ ବ୍ୟାଚ ଟିକା ଚଳିତ ସପ୍ତାହରେ ଉତ୍ପାଦନ ହୋଇଛି । ୧୮ ବର୍ଷରୁ କମ ବୟସ ଅର୍ଥାତ ଭବିଷ୍ୟତ ପିଢିର ସୁରକ୍ଷା କରିବାରେ ଏହା ସହାୟକ ହୋଇପାରିବ । ଯଦିଓ ଏହି ବୟସ ଶ୍ରେଣୀ ପାଇଁ ଏହି ଟିକାର ପରୀକ୍ଷଣ ଏବେ ଜାରି ରହିଛି । ତେବେ ଗତ ୧୪ ତାରିଖରେ ଏହି ଟିକାର ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ ପ୍ରକାଶିତ ହୋଇଥିଲା ।

ସେଥିରେ କୁହାଯାଇଛି ଯେ ଏହି ଟିକା କରୋନା ଭୁତାଣୁର ବିଭିନ୍ନ ପ୍ରକାର ବିରୋଧରେ ପ୍ରାୟ ୯୦.୪ ପ୍ରତିଶତ ପ୍ରଭାବୀ । ୩ୟ ପର୍ଯ୍ୟାୟ ପରୀକ୍ଷଣ ଲାଗି କମ୍ପାନି ପକ୍ଷରୁ ଆମେରିକା ଓ ମେକ୍ସିକୋର ୧୧୯ଟି ସ୍ଥାନରେ ୧୯,୯୬୦ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯ଼ାଇଥିଲା । ଏହି ପରୀକ୍ଷଣରୁ ଜଣାପଡ଼ିଥିଲା ଯ଼େ ଟିକାଟି ମାନବ ଶରୀର ପାଇଁ ବେଶ ନିରାପଦ ଓ କରୋନା ଭୁତାଣୁର ନିବାରଣ ପାଇଁ ପ୍ରଭାବୀ ।

Leave a Reply