ଯୁବକଙ୍କ କମାଲ: କବାଡ଼ି ସାମଗ୍ରୀରୁ ବନାଇ ଦେଲେ ୭ ସିଟର ସୋଲାର ବାଇକ୍

1 min read

ନୂଆଦିଲ୍ଲୀ: କୁହାଯାଏ ଆବଶ୍ୟକତା ଆବିଷ୍କାରର ଜନନୀ । ଏହି କାରଣରୁ ଲୋକେ କମ ଧନରେ ଆବଶ୍ୟକତା ପୂରଣ କରିବାକୁ ଏମିତି ଜିନିଷ ବନାଇ ଦିଅନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ସୋସିଆଲ ମିଡିଆରେ ଏମିତି ଆବିଷ୍କାରର ଫଟୋ ଓ ଭିଡିଓ ବହୁ ସମୟରେ ଭାଇରାଲ ହୋଇଥାଏ । ଆଉ ଏମିତି ଦେଶୀ ଜୋଗାଡ଼କୁ ଲୋକେ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି । ନିକଟରେ ଏମିତି ଏକ ଦେଶୀ ଜୋଗାଡ଼ ଭିଡିଓ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଯାହାକୁ ବିଜନେସ୍ ଟାଇକୁନ୍ ଓ ଆରପିଜି ଏଣ୍ଟରପ୍ରାଇଜେସ୍ ଚେୟାରମ୍ୟାନ ହର୍ଷ ଗୋୟନକା ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ୭ ଜଣ ଯୁବକ ଏକ ୭ ସିଟର ବାଇକରେ ଯାଉଥିବା ଦେଖିବାକୁ ମିଳୁଛି । ଯାହା ଉପରେ ଏକ ସୋଲାର ପ୍ୟାନେଲ ଲାଗିଛି ।

ଆମ ଦେଶରେ ଟ୍ୟାଲେଣ୍ଟ ଭରି ଭରି ରହିଛି । ଦେଶୀ ଜୋଗାଡ଼ କଥା ଉଠିଲେ ଭାରତୀୟ ସମସ୍ତଙ୍କୁ ପଛରେ ପକାଇଦେଇଥାନ୍ତି ।

ହର୍ଷ ଏହାକୁ ପୋଷ୍ଟ କରିବା ପରେ ରାତାରାତି ଭିଡିଓଟି ଭାଇରାଲ ହୋଇଯାଇଛି । ସେ ତାଙ୍କ ଟ୍ବିଟର ଆକାଉଣ୍ଟ @hvgoenka ରେ ଏହାକୁ ସେୟାର କରିଛନ୍ତି । ଏପ୍ରିଲ ୨୯ ତାରିଖରେ ସେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୯.୨K ଲୋକ ଦେଖି ସାରିଲେଣି । ୩୮ ସେକେଣ୍ଡର ଏହି ଭିଡିଓକୁ ୨ ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳି ସାରିଛି ।

ଭିଡିଓ ସେୟାର କରି ହର୍ଷ ଲେଖିଛନ୍ତି, ‘ଗୋଟିଏ ପ୍ରଡକ୍ଟର ଏକାଧିକ ଗୁଣ । ସ୍କ୍ରାପରେ ତିଆରି ହୋଇଛି । ୭ଟି ସିଟ ରହିଛି । ସୌରଶକ୍ତିରେ ଚାଲୁଛି । କମ ଖର୍ଚ୍ଚରେ ତିଆରି ହୋଇଛି । ଏପରି ପ୍ରଡକ୍ଟ ଦେଖି ମୁଁ ଭାରତୀୟ ବୋଲି ଗର୍ବିତ ।’

ଏହାକୁ ଦେଖୁଥିବା ପ୍ରତି ୟୁଜର୍ସ ଏହାର ପ୍ରଶଂସା ନକରି ରହିପାରୁ ନାହାନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ସ୍କ୍ରାପରେ ତିଆରି ଏହି ୭ ସିଟିର ଏହି ଗାଡ଼ିର ଡିଜାଇନ ବହୁତ ସୁନ୍ଦର । ଯାହା ସୌର ପ୍ୟାନେଲରେ ଚାଲିବା ସହ ଚାଳକ ଓ ଯାତ୍ରୀଙ୍କୁ ଛାଇ ଦେଉଛି ।

ଭିଡିଓରେ ଏହାକୁ ତିଆରି କରିଥିବା ଯୁବକ ଜଣଙ୍କ ଏହାର ଗୁଣ ଓ କାମ କରିବାର ଦକ୍ଷତା ସମ୍ପର୍କରେ କହୁଥିବା ଶୁଣିବାକୁ ମିଳୁଛି । ଯୁବକ ଜଣକ କହୁଛନ୍ତି, ‘କବାଡରୁ ସେ ୭ ସିଟର ବାଇକ ବନାଇଛନ୍ତି । ଏହା ସୌରଶକ୍ତିରେ ଚାଲୁଛି ଓ ଏହା ଥରକେ ୨ ଶହ କିମି ପର୍ଯ୍ୟନ୍ତ ଚାଲି ପାରିବ । ଏହାକୁ ବନାଇବାକୁ ୧୦ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।’