ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ। ବିଦ୍ୟାଳୟ ପରିସରରେ ଉତ୍ତେଜନା ପରେ ଥାନାରେ ମାମଲା। ବାଲେଶ୍ଵର ଜିଲ୍ଲା ଟାଉନଥାନା ଅଞ୍ଚଳର ଏକ ସ୍କୁଲରୁ ୭ମ ଶ୍ରେଣୀର ଛାତ୍ରୀଙ୍କୁ ଗଣିତ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟର ଛାତକୁ ଏକୁଟିଆ ଡ଼ାକି ପ୍ରାଇଭେଟ୍ ଅଙ୍ଗକୁ ଟଚ୍ କରିବା ନେଇ ଘରେ ମାଆଙ୍କୁ ଜଣାଇଥିଲେ ଛାତ୍ରୀ । ଏନେଇ ଆଜି ଛାତ୍ରୀର ପରିବାର ବିଦ୍ୟାଳୟକୁ ଆସି ପଚାରିବାରୁ ଉତ୍ତେଜନା ଦେଖାଦେଇଥିଲା । ବିଦ୍ୟାଳୟ ପରିସରରେ ଟାଉନ ଥାନା ପୋଲିସ ପହଁଚି ବୁଝାସୁଝା କରିଥିଲା । ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି।

