ବମିଖାଲ ବାଇକ୍ ଶୋ’ ରୁମରେ ଅଗ୍ନିକାଣ୍ଡ, ପାଖରେ ଥିବା ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର: ଭୁବନେଶ୍ବର ବମିଖାଲରେ ଥିବା ପିୟୋର କେକେ ଟ୍ରେଡିଂ ସର୍ଭିସ ବାଇକ୍ ଶୋ’ ରୁମରେ ଅଗ୍ନିକାଣ୍ଡ । ଶୋ’ରୁମର ସିଲିଂରୁ ପଡ଼ିଶାରେ ଥିବା ସୁପ୍ରିମ ମେସିନାରୀ ଆଣ୍ଡ ଟୁଲ୍ସ ଦୋକାନକୁ ବ୍ୟାପିଲା ନିଆଁ । ଗୋଟିଏ ସିଲିଂ ହୋଇଥିବାରୁ ଶୋରୁମରୁ ସ୍ପେୟାର ପାର୍ଟ୍ସ ଦୋକାନରେ ନିଆଁ ଲାଗିଥିଲା । ନିଆଁ ଲାଗି ସ୍ପେୟାର ପାର୍ଟ୍ସ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ପରେ ଶୋରୁମରୁ ବାଇକ ସବୁ ବାହାରକୁ କଢାଯାଇଛି ।

ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ପ୍ରବଳ ଧୁଆଁ ଥିବାରୁ ଫାୟାର ପ୍ରକ୍ସିସୁଟ୍ ପିନ୍ଧି ଦୋକାନ ଭିତରେ ପଶିଥିଲେ ଆଗ୍ନିକ । ପ୍ରାୟ ଏକଘଣ୍ଟାର ଅପରେସନ ପରେ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟ କିମ୍ବା ବ୍ୟାଟେରୀ ଓଭର ଚାର୍ଜିଂରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ପାଖାପାଖି ଦୋକାନ ଥିବାରୁ ନିଆଁ ବ୍ୟାପିବାର ସମ୍ଭାବନା ରହିଥିଲା । ଏହା ପୂର୍ବରୁ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।