ସୁହାନା ଖାନଙ୍କ କିଙ୍ଗରେ ଡନ୍‌ ହେବେ ଶାହାରୁଖ ଖାନ

ମୁମ୍ବାଇ: ଏଥର ଦର୍ଶକ ଦେଖିବେ ବାପା ଝିଅ ଯୋଡି  । ଖୁବଶୀଘ୍ର ଏକାଠି କାମ କରିବେ ବଲିଉଡର କିଙ୍ଗଖାନ୍‌ ଓ ଝିଅ ସୁହାନା ଖାନ୍‌  । ୨୦୨୩ରେ ଚଳଚ୍ଚିତ୍ର ପଠାନ୍‌ ଯୋଗେ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲେ ଶାହାରୁଖ   । ଏବେ ପୁଣି ଥରେ ଡନ୍‌ ହୋଇ ସେ ପରଦାକୁ ଫେରିବେ । ନିକଟରେ ଶାହାରୁଖ ଡନ୍‌ ଫ୍ରାଞ୍ଚାଇଜର ଅଂଶ ନୁହେଁ ବୋଲି ଖବର ପ୍ରସାରଣ ହେବା ପରେ ଏହା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା  । କିନ୍ତୁ ଝିଅ ସୁହାନାଙ୍କ ଫିଲ୍ମ କିଙ୍ଗ୍‌ରେ ଡନ୍‌ ଚରିତ୍ରରେ ନଜର ଆସିବେ ଶାହାରୁଖ  ।

 

ଫିଲ୍ମ କିଙ୍ଗରେ ଶାହାରୁଖ ଖାନ ଡନ୍ ଭୂମିକାରେ କମବ୍ୟାକ୍‌ କରିବେ । ତାଙ୍କ ଲୁକ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ଡିଜାଇନ୍ କରାଯାଇଛି  । ଏହି ଚଳଚ୍ଚିତ୍ରରେ ଲମ୍ବା ଦାଢି ଓ କେଶରେ ନଜର ଆସିବେ କିଙ୍ଗ ଖାନ  ।

 

ବିଗତ କିଛି ବର୍ଷ ମଧ୍ୟରେ ଆକ୍ସନ ଫିଲ୍ମରେ ଶାହାରୁଖ ଖାନଙ୍କୁ ଦେଖିବାକୁ ମିଳୁଛି  । ଏଥର ସେ କିଙ୍ଗ୍‌ ନାମକ ଏକ ପ୍ରୋଜେକ୍ଟରେ ଏହି ଭୂମିକା ଗ୍ରହଣ କରିବେ | ସିଦ୍ଧାର୍ଥ ଆନନ୍ଦ ଏବଂ ସୁଜୟ ଘୋଷ ଏହି ଫିଲ୍ମକୁ ନିର୍ମାଣ କରୁଛନ୍ତି। କୁହାଯାଉଛି ଯେ ଆକ୍ସନ ଟିମ୍‌ ବିଦେଶରୁ ଆସିବେ। ସେ ସୁହାନାଙ୍କ ସହିତ ଆକ୍ସନ୍ ତାଲିମ ନେଉଛନ୍ତି  । ଫିଲ୍ମର ଡାଏଲଗ୍ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ  । ସୁହାନା ଖାନଙ୍କ ଏହା ଥିଏଟରିକାଲ ଡେବ୍ୟୁ  ।