spot_img

Latest Posts

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହାବାଜ ସରିଫ, ଆନୁଷ୍ଠାନିକ ଘୋଷଣା କଲେ ବିରୋଧୀ ମେଣ୍ଟ

ଇସଲାମାବାଦ୍: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହାବାଜ ସରିଫ । ସରିଫଙ୍କ ପ୍ରାର୍ଥିତ୍ବ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି ବିରୋଧୀ ମେଣ୍ଟ । ଆସନ୍ତାକାଲି ସଂସଦରେ ସରିଫ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ସମ୍ଭାବନା ରହିଛି । ସେପଟେ ବିଦାୟୀ ସରକାରର ବୈଦେଶିକ ମନ୍ତ୍ରୀ ପିଟିଆଇର ଶାହା ମହମ୍ମଦ କ୍ୟୁରେସିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଛି ଦଳ ।

ସମସ୍ତ ଚେଷ୍ଟା ସତ୍ତ୍ବେ ଶେଷ ହୋଇଛି ଇମ୍ରାନ ଖାଁ ସରକାରଙ୍କ ସାଢେ ତିନି ବର୍ଷର ଇନିଂସ । ହାଇଡ୍ରାମା ମଧ୍ୟରେ ମଧ୍ୟରାତିରେ ସଂସଦରେ ଇମ୍ରାନ ସରକାର ବିରୋଧରେ ଗୃହୀତ ହୋଇଥିଲା ଅନାସ୍ଥା ଭୋଟ୍ । ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ୍ ପଡିଥିବା ବେଳେ ଇମ୍ରାନଙ୍କ ଦଳର ସାଂସଦ ଅନୁପସ୍ଥିତ ରହିଥିଲେ । ଅନାସ୍ଥା ଭୋଟ୍ ପୂର୍ବରୁ ବାଚସ୍ପତି ଆସଦ କାଇଜର ଇସ୍ତଫା ଦେଇଥିଲେ । ଉପବାଚସ୍ପତି କାସିମ ସୁରି ବି ଦେଇଥିଲେ ଇସ୍ତଫା । ଅସ୍ଥାୟୀ ବାଚସ୍ପତିଙ୍କ ଜରିଆରେ ହୋଇଥିଲା ଭୋଟିଂ । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ରହିଛି ।

ସେହିପରି, ‘ପାକିସ୍ତାନ୍‌ ପିପୁଲସ୍‌ ପାର୍ଟି’ର ମୁଖ୍ୟ ବିଲାୱାଲ୍‌ ଭୁଟ୍ଟୋଙ୍କୁ ନୂତନ ସରକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ଗଣମାଧ୍ୟମ ସବୁ ରିପୋର୍ଟ କରୁଛନ୍ତି। ପୂର୍ବରୁ ‌ଶେହବାଜ୍‌ ତିନିଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଥିଲେ।

ଅନ୍ୟପଟେ କୁହାଯାଉଛି ଯେ, ବିଲାୱାଲ୍‌ ଭୁଟ୍ଟୋ-ଜର୍ଦାରି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତି ପାଇପାରନ୍ତି । ବିଲ୍‌ୱାଲ୍‌ ଭୁଟ୍ଟୋ ହେଉଛନ୍ତି ପାକିସ୍ତାନର ଦିଂବଗତା ମୁଖ୍ୟମନ୍ତ୍ରୀ ବେନଜିର୍‌ ଭୁଟ୍ଟୋ ଏବଂ ପ୍ରାକ୍ତନ ରାଷ୍ଟ୍ରପତି ଅସିଫ୍‌ ଅଲି ଜର୍ଦାରିଙ୍କ ପୁତ୍ର । ଏହି ସୂତ୍ରରେ ସେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର୍‌ ଅଲି ଭୁଟ୍ଟୋଙ୍କ ନାତି। ଶନିବାର ଦିନ ବିତର୍କରେ ସେ ପାର୍ଲାମେଣ୍ଟ୍‌ରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି କହିଥିଲେ ଯେ, ‘ପିଟିଆଇ’ ସରକାରଙ୍କୁ ହଟାଇବା ଲାଗି କରାଯାଇଥିବା ‘ତଥାକଥିତ ବିଦେଶୀ ଷଡ଼ଯନ୍ତ୍ର’ ସଂକ୍ରାନ୍ତରେ ହୋଇଥିବା ‘ଜାତୀୟ ନିରାପତ୍ତା କମିଟି’ ବୈଠକରେ ସେ କାହିଁକି ଉପସ୍ଥିତ ନ ଥିଲେ।

Latest Posts

Don't Miss