ଅହମଦାବାଦ: ଗୋଟିଏ ସିଝା ଅଣ୍ଡାକୁ ୫୫୭ଟଙ୍କା । ଆଉ ୩ଟି ସିଝା ଅଣ୍ଡା ପାଇଁ ୧୬୭୨ ଟଙ୍କା । କଥା ଆପଣଙ୍କୁ ଟିକେ ଅଖାଡ଼ୁଆ ଲାଗିଥାଇପାରେ । କିନ୍ତୁ ଏହା ସତ ବଲିଉଡ଼ ସଂଗୀତ ନିର୍ଦ୍ଦେଶକ ଶେଖର ରବୀଜାନୀ ୩ଟି ଅଣ୍ଡା ପାଇଁ ଦେଇଛନ୍ତି ୧୬୭୨ ଟଙ୍କା । ଏନେଇ ଶେଖର ନିଜ ଟ୍ୱିଟରରେ ହୋଟେଲ ବିଲକୁ ପୋଷ୍ଟ କରିଛନ୍ତି । ଅହମଦାବାଦରେ ଶେଖର ନଭେମ୍ବର ୧୪ ଏକ ହୋଟେଲରେ ରହିଥିଲେ ।

ଯେଉଁଠାରେ ସେ ତିନିଟି ଅଣ୍ଡା ପାଇଁ ଅର୍ଡର କରିଥିଲେ । ତେବେ ୩ଟି ଅଣ୍ଡାର ବିଲକୁ ଦେଖି ଶେଖର ଆଶ୍ଚର୍ଯ୍ୟ ହେବା ସହ ବିଲକୁ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଅପଲୋଡ଼ କରିଥିଲେ ।

୩ଟି ଅଣ୍ଡାର ଦାମ ହୋଟେଲ ପକ୍ଷରୁ ୧୩୫୦ ଟଙ୍କା ଥିବାବେଳେ ଜିଏସଟି ଓ ସର୍ଭିସ ଟ୍ୟାକ୍ସ ମିଶାଇ ଏହାର ଦାମ ୧୬୭୨ ଟଙ୍କାରେ ପହଁଚିଯାଇଥିଲା |

ତେବେ ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଟୁଇଟର ବ୍ୟବହାରକାରୀ କାର୍ତ୍ତିକ ଧର ମୁମ୍ବାଇର ଫୋର ସିଜନ୍ସ ହୋଟେଲରେ ଦୁଇଟି ଅଣ୍ଡା ପାଇଁ ୧,୭୦୦ଟଙ୍କା ଦେଇଥିଲେ । ଏହି ବିଲକୁ ସେ ଟ୍ୱିଟରରେ ପୋଷ୍ଟ ମଧ୍ୟ କରିଥିଲେ । ସେହିପରି ଚଣ୍ଡିଗଡ଼ଠାରେ ଥିବା ବିଳାଶମୟ ପଞ୍ଚତାରିକା ହୋଟେଲ୍ ଜେଡବ୍ଲୁ ମ୍ୟାରିୟଟ୍ରେ ବଲିଉଡ ଅଭିନେତା ରାହୁଲ ବୋଷ ୨ଟି କଦଳୀ ବରାଦ କରିଥିଲେ। ଏହାର ବିଲ୍ ଆସିଥିଲା ୪୪୨ ଟଙ୍କା। ଏହି ବିଲ୍କୁ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ରାହୁଲ୍। ତା’ପରେ ଟ୍ଵିଟର୍ରେ ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ୨ଟି କଦଳୀ ପାଇଁ ଏତେ ଟଙ୍କା ବିଲ୍ ଦେଇଥିବା କାରଣରୁ ହୋଟେଲ୍ ଜେଡବ୍ଲୁ ମ୍ୟାରିୟଟ୍ ଉପରେ ୨୫ ହଜାର ଟଙ୍କାର ଜରିମାନା ହୋଇଥିଲା । ')}

