ତୁନିଷ ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ପୁରୁଷ ବନ୍ଧୁ ସେଜାନ ମହମ୍ମଦ ଗିରଫ

1 min read

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ଘଟଣାରେ ଅଭିନେତା ସେଜାନ ମହମ୍ମଦ ଖାନଙ୍କୁ ଗିରଫ କଲା ପୋଲିସ । ସେଜାନଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ଗତ ୧୫ ଦିନ ତଳେ ବ୍ରେକ-ଅପ୍ ହୋଇଥିବା ସୂଚନା ମିଳିଛି ।

ଆଜି ମୁମ୍ବାଇର ଜେ. ଜେ. ହସ୍ପିଟାଲରେ ତୁନିଷାଙ୍କ ପୋଷ୍ଟମର୍ଟମ ହୋଇଛି । ଅଭିନେତ୍ରୀଙ୍କ ମା’ଙ୍କ ପକ୍ଷରୁ ଏଫଆଇଆର ରୁଜୁ ପରେ ସେଜାନଙ୍କୁ ପୋଲିସ ଗିରଫ କରିଥିଲା । ଆଲିବାବା ଦୋସ୍ତାନା ଇ କାବୁଲରେ ଅଭିନୟ କରିଥିବା ତୁନିଷା ମୁମ୍ବାଇରେ ଏକ ସୁଟିଂ ସେଟରେ ଆତ୍ମହତ୍ୟା କରିଥିଲେ । ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅଭିନେତା ଶିବିନ ନାରଙ୍ଗଙ୍କ ସହ ସେ ଏକ ମ୍ୟୁଜିକ ଭିଡିଓ ସୁଟିଂ କରିବାର କାର୍ଯ୍ୟକ୍ରମ ଥିଲା । ଫିତୁର ଓ ବାର ବାର ଦେଖୋ ଫିଲ୍ମରେ ସେ ଅଭିନୟ କରିଥିଲେ । ଇଣ୍ଟରନେଟଓ୍ବାଲା ଲଭ, ଇସ୍କ ସୁଭାଲ୍ଲା, ଗାଏବ, ସେର ଇ ପଞ୍ଜାବ ମହାରାଜ ରଞ୍ଜିତ ସିଂ ଆଦି ସୋ’ରେ ଅଭିନୟ କରି ଚର୍ଚ୍ଚିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା ।