ଇନ୍‌ସାଇଡର ଟ୍ରେଡିଂ ଅଭିଯୋଗରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କୁ ୩ଲକ୍ଷ ଟଙ୍କାର ଜରିମାନା ଲଗାଇଲେ SEBI

1 min read

ମୁମ୍ୱାଇ: ପୁଣି ଅଡୁଆରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ । ନିର୍ଦ୍ଦେଶନାମା ଉଲ୍ଲଂଘନ ଅଭିଯୋଗରେ କୁନ୍ଦ୍ରା ଦମ୍ପତିଙ୍କ ଉପରେ ଜୋରିମନା । ନିୟମ ଉଲ୍ଲଂଘନ କରି ଭାୟାନ ଇଣ୍ଡଷ୍ଟ୍ରିଜ ଜରିଆରେ ଇନସାଇଡର ଟ୍ରେଡିଂ କରୁଥିବାରୁ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବା ସେବି ପକ୍ଷରୁ ଭାୟାନ ଇଣ୍ଡଷ୍ଟ୍ରିଜ ଓ ଦମ୍ପତିଙ୍କ ଉପରେ ୩ ଲକ୍ଷ ଟଙ୍କାର ଅର୍ଥ ଜରିମାନା ଲଗାଯାଇଛି । ଏହି କମ୍ପାନୀରେ ଶିଳ୍ପା ନିର୍ଦ୍ଦେଶକ ମଣ୍ଡଳୀର ଜଣେ ସଦସ୍ୟ ଥିଲେ ଏବଂ ସେ ଗତବର୍ଷ ଇସ୍ତଫା ଦେଇଥିଲେ । ଅର୍ଥ ପରିଚାଳନାରେ ଅନିୟମିତତା ନେଇ ସେବି ପକ୍ଷରୁ ଖୋଳତାଡ ଜାରି ରହିଥିଲା । ଭାୟାନ ଇଣ୍ଡଷ୍ଟ୍ରିଜ ପୂର୍ବରୁ ହିନ୍ଦୁସ୍ତାନ ସେଫଟି ଗ୍ଲାସ ଇଣ୍ଡଷ୍ଟ୍ରିଜ ଲିମିଟେଡ ନାଁରେ ପରିଚାଳିତ ହେଉଥିଲା । ୨୦୧୩ ସେପ୍ଟେମ୍ୱର ୧ରୁ ୨୦୧୫ ଡିସେମ୍ବର ୨୩ ଯାଏଁ ଏହି ଅନିୟମିତତା ହୋଇଥିଲା । ଏହି ସମୟକାଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀର ସେୟାର ତାଲିକାଭୁକ୍ତ ହୋଇଥିଲା ଏବଂ ରିପୁ ସୁଦାନ ଓରଫ ରାଜ କୁନ୍ଦ୍ରା ଓ ଶିଳ୍ପା କୁନ୍ଦ୍ରା ଓରଫ ଶିଳ୍ପା ସେଟ୍ଟୀ ଏହାର ପ୍ରମୋଟର ଥିଲେ । ୨୦୧୫ ଅକ୍ଟୋବରରେ ସେବି ପକ୍ଷରୁ ଜାରି ଆଦେଶନାମା ଅନୁସାରେ ଭାୟାନ ଇଣ୍ଡଷ୍ଟ୍ରିଜ ଲିମିଟେଡ ୪ ଜଣଙ୍କୁ ୫ ଲକ୍ଷ ଇକ୍ୟୁଟି ସେୟାର ପ୍ରଦାନ କରିଥିଲା । ଏଥିରୁ କୁନ୍ଦ୍ରା ଦମ୍ପତିଙ୍କୁ ୧ ଲକ୍ଷ ୨୮ ହଜାର ୮୦୦ ଲେଖାଁଏ ସେୟାର ଆଲଟମେଣ୍ଟ ହୋଇଥିଲା । ଏହି ଆଲଟମେଣ୍ଟ ହେବା ପରେ କମ୍ପାନୀ ସମ୍ପର୍କରେ ସବିଶେଷ ବିବରଣୀ ସେବି ନିକଟରେ ଦାଖଲ କରିବା କଥା । ମାତ୍ର ତାହା ଘଟି ନଥିଲା । ୧୦ ଲକ୍ଷରୁ ଅଧିକ ଟଙ୍କାର କାରବାର ହେଉଥିବାରୁ ଏ ବିଷୟରେ ସେବି ନିକଟରେ ଘୋଷଣାନାମା ଦାଖଲ ହେବାର ଆବଶ୍ୟକତା ଥିଲା ।

ଏଥିସହିତ ପଢ଼ନ୍ତୁ: ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ରାଜଙ୍କ ଫ୍ୟୁଚର ପ୍ଲାନ୍, ହାତେଇଥାନ୍ତେ ଏତିକି ପ୍ରଫିଟ୍…

 

 

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner