ପଞ୍ଜାବର ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ସନ୍ଦୀପ ସିଂ ଗିରଫ

ଚଣ୍ଡିଗଡ଼: ପଞ୍ଜାବର ଶିବସେନା ନେତା ସୁଧୀର ସୁରୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼ । ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଶିବସେନା ତକସାଲିର ନେତା ସୁଧୀର । ଗୁଳିକାଣ୍ଡ କରିଥିବା ଦୁର୍ବୃତ୍ତ ସନ୍ଦୀପ ସିଂକୁ ଗିରଫ କରାଯାଇଛି । ଗୁଳିମାଡରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ସୁଧୀର । ଡଜନେ ପୋଲିସ କର୍ମୀଙ୍କ ଉପସ୍ଥିତିରେ ଏହି ଫାୟାରିଂ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏକ ମନ୍ଦିରର ପରିଚାଳନା ନୀତି ବିରୋଧରେ ସୁଧୀର ଧାରଣାରତ ଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା । ତାଙ୍କ ଉପରକୁ ୫ଟି ଗୁଳିମାଡ କରାଯାଇଥିବା ସୂଚନା ମିଳିଛି । ଗୁଳିକାଣ୍ଡ ଘଟାଇବା ଲାଗି ଆତତାୟୀଜଣକ ଅନ୍ୟ ୩ ଜଣ ସଦସ୍ୟଙ୍କ ସହ ଏକ ଏସୟୁଭିରେ ଆସି ଗୁଳିମାଡ଼ କରିଥିଲା । ତେବେ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବିଭିନ୍ନ ସାମ୍ପ୍ରଦାୟିକ ଉତ୍ତେଜନାସୃଷ୍ଟିକାରୀ ବିବୃତି ଦେଇ ଚର୍ଚ୍ଚାରେ ଥିଲେ ସୁଧୀର ।