ଛାତରୁ ପଡ଼ି ଟିକ୍‌ଟକ୍‌ ଷ୍ଟାରଙ୍କ ମୃତ୍ୟୁ ଘଟଣାରେ, ଶିବସେନା ନେତା ସଞ୍ଜୟ ରୋଠୋର ଦେଲେ ଇସ୍ତଫା

Sanjaya RAthor

ମୁମ୍ବାଇ: ଉଦ୍ଧବ ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ସଞ୍ଜୟ ରାଠୋର ତାଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଟିକ୍‌ଟକ୍‌ ଷ୍ଟାରଙ୍କ ଆତ୍ମହତ୍ୟା ମାମଲାର ନାଁ ଆସିବା ପରେ ସଞ୍ଜୟ ଚିନ୍ତିତ ଥିଲେ, ତେଣୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶିବସେନା ନେତା ସଞ୍ଜୟ ରାଠୋର ରବିବାର ସିଏମ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ ଏବଂ ଏହା ପରେ ସେ ନିଜ ଇସ୍ତଫା ପତ୍ର ଦାଖଲ କରିଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା ସଞ୍ଜୟ ରାଠୋର କହିଛନ୍ତି ଯେ, ‘ମୁଁ ଇସ୍ତଫା ଦେଉଛି ସତ ହେଲେ ଘଟଣାର ତଦନ୍ତ ଶେଷ ହେବା ପରେ ଏହାକୁ ଗ୍ରହଣ କରାଯାଉ ।

ଇସ୍ତଫା ଦେବା ପରେ ସଞ୍ଜୟ କହିଛନ୍ତି, ‘ମୁଁ ମୋର ଇସ୍ତଫା ସିଏମ ଉଦ୍ଧବ ଠାକରେଙ୍କ ନିକଟରେ ଦାଖଲ କରିଛି । ବିଧାନସଭା ଚଳେଇ ନଦେବା ପାଇଁ ବିରୋଧୀ ଯେଭଳି ଚେତାବନୀ ଦେଉଛନ୍ତି ସେଥିପାଇଁ ମୁଁ ଏଥିରୁ ନିଜକୁ ଦୂରେଇ ରଖିଛି । ଏହି ମାମଲାରେ ମୁଁ ନିରପେକ୍ଷ ତଦନ୍ତ ଚାହୁଁଛି ।

ସୋସିଆଲ ମିଡିଆ ପୋଷ୍ଟରେ ଏହି ଦାବି କରାଯାଇଥିଲା

କିଛି ଦିନ ହେବ ସୋସିଆଲ ମିଡିଆ ପୋଷ୍ଟ ଏବଂ କିଛି ବିଜେପି ନେତା ଦାବି କରି ଆସୁଥିଲେ ଯେ, ଫେବୃଆରୀ ୮ ରେ ପୁଣେର ହଡ଼ପସର  ଅଞ୍ଚଳରେ ଏକ ବିଲ୍ଡିଂରୁ ଖସିପଡ଼ି ପରେ ମୃତ୍ୟୁବରଣ କରିଥିବା ମହିଳା, ଜଣେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ସଂପର୍କରେ ଥିଲେ ।

ବିବାଦ ପରେ ସଞ୍ଜୟଙ୍କୁ ଡାକିଲେ ଉଦ୍ଧବ

ନିକଟ ଅତୀତରେ ଏନେଇ ବିବାଦ ବଢ଼ୁଥିବା ଦେଖି ସିଏମ୍ ଉଦ୍ଧବ ଠାକରେ ୨୪ ଫେବୃଆରୀରେ ସଞ୍ଜୟଙ୍କୁ ଡାକାଇଥିଲେ ।  ବିବାଦ ଆରମ୍ଭ ହେବା ପରେ ସଞ୍ଜୟ ଦୀର୍ଘ ଦିନ ଧରି ସର୍ବସାଧାରଣଠାରୁ ଦୂରେଇ ଯାଇଥିଲେ । ହେଲେ ହଠାତ୍‌ ସେ ମଙ୍ଗଳବାର ୱାଶିମ୍ ଜିଲ୍ଲାର ଏକ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ନିଜ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ସଞ୍ଜୟ କହିଥିଲେ ଯେ, ମହିଳାଙ୍କ ମୃତ୍ୟୁ ପରେ ‘ଡାର୍ଟି ପଲିଟିକ୍ସ’ କରଯାଉଥିଲା । ତେବେ ତଦନ୍ତ ପରେ ସବୁ ସତ୍ୟ ସାମ୍ନାକୁ ଆସିଥିଲା ।

Leave a Reply