ମନ୍ତ୍ରୀ ନକଲେ ପତ୍ନୀ ଆତ୍ମହତ୍ୟା କରିବେ, ଶିବସେନା ବିଧାୟକ ଦେଇଥିଲେ ଏମିତି ଧମକ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ୟାବିନେଟ ବିସ୍ତାର ମଧ୍ୟରେ ସିଏମ ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନାର ଜଣେ ବିଧାୟକ ଭରତଶେଠ ଗୋଗାୱଲେ ଏକ ବଡ ଖୁଲାସା କରିଛନ୍ତି  । ମନ୍ତ୍ରୀ ହେବା ପାଇଁ କିଛି ବିଧାୟକ ସିଏମ ଏକନାଥ ସିନ୍ଦେଙ୍କୁ ପାଣି ପିଆଇ ଦେଇଥିବା ସେ କହିଛନ୍ତି । ରାୟଗଡରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଗୋଗାୱଲେ ଦାବି କରିଛନ୍ତି ଯେ କିଛି ବିଧାୟକ କ୍ୟାବିନେଟରେ ଜାଗା ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ କରିଥିଲେ  ।

ଜଣେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯଦି ସେ ମନ୍ତ୍ରୀ ନ ହୁଅନ୍ତି ତେବେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଦେବେ  । ସେହିପରି ଆଉ ଜଣେ ବିଧାୟକ କହିଥିଲେ ଯଦି ସେ ମନ୍ତ୍ରୀ ନ ହୁଅନ୍ତି ନାରାୟଣ ରାଣେ ତାଙ୍କ ରାଜନୀତି କ୍ୟାରିଅର ନଷ୍ଟ କରିଦେବେ  । ଆଉ ଜଣେ ବିଧାୟକ ଧମକ ଦେଇଥିଲେ ଯେ ଶପଥ ଗ୍ରହଣ ସମାରୋହ ସରିବା ପରେ ସେ ଇସ୍ତଫା ଦେଇଦେବେ  ।

ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ସେହି ବିଧାୟକ ଜଣଙ୍କୁ ମନ୍ତ୍ରୀପଦ ମିଳିଥିଲା  । ଏହା ସହ ନାରାୟଣ ରାଣେଙ୍କ ଗଡରେ ସିଟ୍‌ ସମ୍ଭାଳି ରଖିବା ପାଇଁ ଆଉ ଜଣେ ବିଧାୟକଙ୍କୁ ବି ମନ୍ତ୍ରୀପଦ ମିଳିଥିଲା  । ଗୋଗାୱଲେ କହିଛନ୍ତି ସେବେଠାରୁ ସେ ଅପେକ୍ଷାରେ ଅଛନ୍ତି ଯେ ତାଙ୍କୁ କେବେ ସୁଯୋଗ ମିଳିବ  ।