ଲାଇଭ୍ ଟିଭିରେ ଇସ୍ତଫା ଦେଲେ ଉଠି ପଳାଇଲେ ସୋଏବ ଅଖତାର

1 min read

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ଆରମ୍ଭରୁ ଚର୍ଚ୍ଚାରେ ରହିଛି ପାକିସ୍ତାନ । ବିଶ୍ବକପରେ ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତକୁ ପରାଜିତ କରିବା ପରେ ସୋଏବ ଅଖତାର ଲଗାତର ଭାବରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛନ୍ତି । ସୋଏବଙ୍କ ସହ ପାକିସ୍ତାନ ଟିଭିରେ ଏମିତି କିଛି ଘଟିଛି ଯାହା ଫଳରେ ସେ ଲାଇଭ ଶୋ’ରେ ହିଁ ଇସ୍ତଫା ଦେଇଛନ୍ତି । ପାକିସ୍ତାନୀ ଟିଭି ସହ ଥିବା ତାଙ୍କ ଚୁକ୍ତିକୁ ରଦ୍ଦ କରିବା ସହ ଇସ୍ତଫା ସେଇ ଦେଇଛନ୍ତି । ଏହାସହ ସେ କହିଛନ୍ତି, ‘ଲାଇଭ ଶୋ’ରେ ମୋତେ ଯେଉଁ ଭଳି ବ୍ୟବହାର କରାଯାଇଛି ତାହା ଗ୍ରହଣଯେଗ୍ୟ ନଥିଲା ।

ସୋଏବ ପିଟିଭିରେ ବହୁ କ୍ରିକେଟରଙ୍କ ସହ ଏକ ବିତର୍କରେ ଭାଗ ନେଇଥିଲେ । ଶୋ’କୁ ଡ. ନଉମାନ ହୋଷ୍ଟ କରୁଥିଲେ । ଏହି ସମୟରେ ଡ. ନାଉମାନ ଏପରି କିଛି କହିଥିଲେ, ଯାହା ସୋଏବଙ୍କୁ ଖରାପ ଲାଗିଥିଲା ଏବଂ ସେ ସେହିଠି ହିଁ ଇସ୍ତଫା ଦେଇଥିଲେ ।

ଶୋ’ରେ ଶାହିନ୍ ଶାହା ଆଫ୍ରିଦ, ହାରିସ୍ ରାଉଫଙ୍କ ବିଷୟରେ କିଛି ମତ ରଖିଥିଲେ । ଏହାକୁ ବିରୋଧ କରି ନାଉମାନ, ସୋଏବଙ୍କୁ କହିଥିଲେ ଆପଣ ଅବାସ୍ତବ କଥା କହୁଛନ୍ତି ଓ ନିଜକୁ ଓଭର ସ୍ମାର୍ଟ ଭାବୁଛନ୍ତି । ଏହାର ଉତ୍ତରରେ ସୋଏବ କହିଥିଲେ, ମୁଁ ଆପଣଙ୍କୁ କିଛି କହୁ ନଥିଲି । ଟପିକ୍ ଉପରେ ନିଜ ମତ ରଖିଥିଲି ।
ସେ କହିଥିଲେ, ମୁଁ ନାଉମାନଙ୍କୁ କ୍ଷମା ମାଗିବାକୁ କହିଥିଲି, ହେଲେ ତାହା ହେଲାନି । ବିଦେଶୀ ଖେଳାଳିଙ୍କ ସାମ୍ନାରେ ମୋତେ ଏପରି ବ୍ୟବହାର କରାଗଲା ଯାହା ମୋ ପାଇଁ ବହୁତ ଖରାପ ଥିଲା । ନ୍ୟାସନାଲ ଟିଭିରେ ମୋତେ ଯେଉଁ ଭଳି ବ୍ୟବହାର କରାଗଲା, ଏବେ ମୁଁ ଭାବୁନାହିଁ ଏଠାରେ ରହିବା ଉଚିତ । ଏହା ପରେ ସୋଏବ ପିଟିଭିରୁ ଇସ୍ତଫା ଦେବା ସହ ଶୋ’ ଛାଡ଼ି ଚାଲି ଯାଇଥିଲେ ।

Leave a Reply