ଉତ୍ତରପ୍ରଦେଶରେ ଏମିତି ନଦୀକୁ ଫୋପଡା ଯାଉଛି କରୋନା ସଂକ୍ରମିତଙ୍କ ଶବ, ସୋସିଆଲ ମିଡିଆରେ ଭାଇରାଲ ଭିଡିଓ

1 min read

ଲକ୍ଷ୍ନୌ: ସୋସିଆଲ ମିଡିଆରେ ଚମକାଇ ଦେବା ଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି,ଯେଉଁଥିରେ ଜଣେ କରୋନା ସଂକ୍ରମିତଙ୍କ ଶବକୁ କିଛି ଲୋକ ନଦୀକୁ ଫୋପାଡୁଥିବା ଦେଖିବାକୁ ମିଳୁଛି । ବଳରାମପୁର ଜିଲ୍ଲାର ଏହି ଭିଡିଓ ବୋଲି କୁହାଯାଉଛି । ଗଙ୍ଗାକୁଳରୁ ହଜାର ହଜାର ସଂଖ୍ୟାରେ ମୃତଦେହ ମିଳୁଥିବା ବେଳେ ଏହି ଭିଡିଓ ଉତ୍ତରପ୍ରଦେଶର ସରକାରଙ୍କ କରୋନା ମ୍ୟାନେଜମେଣ୍ଟ୍ ଉପରେ ପ୍ରଶ୍ନ ଉଠାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମେ ୨୮ ତାରିଖର ବୋଲି ଜଣା ପଡିଛି । ବଳରାମପୁରର ଏକ ବ୍ରିଜ୍ ଉପରୁ ଦୁଇଜଣ ବ୍ୟକ୍ତି ଏକ ଶବକୁ ନଦୀ ଭିତରକୁ ଫୋପାଡୁଥିବା ଦେଖାଯାଉଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ପିପିଇ କିଟ୍ ପିନ୍ଧିଥିଲେ । ନଦୀ ମଧ୍ୟକୁ ଶବ ଫୋପଡା ଯାଉଥିବା ବେଳେ ରାସ୍ତା ଦେଇ ଅନେକ ଗାଡି ଯିବାଆସିବା କରୁଥିଲା ।

 

ଭିଡିଓ ଭାଇରାଲ ହେବା ପରେ ମୃତବ୍ୟକ୍ତି କୋଭିଡ୍ ସଂକ୍ରମିତ ଥିଲେ କି ନାହିଁ ତାକୁ ନେଇ ସନ୍ଦେହ ଥିଲା କିନ୍ତୁ ପରେ ବଳରାମପୁର ମୁଖ୍ୟ ଚିକିତ୍ସା ଅଧିକାରୀ ବିବି ସିଂହ ମୃତ ବ୍ୟକ୍ତି କୋଭିଡ୍ ସଂକ୍ରମିତ ଥିବା ନେଇ ସୂଚନା ଦେଇଛନ୍ତି । ସିଏମଓଙ୍କ ଅନୁସାରେ କୋଭିଡ୍ ସଂକ୍ରମିତଙ୍କ ସମ୍ପର୍କୀୟ ଶବକୁ ନଦୀ ମଧ୍ୟକୁ ଫୋପାଡିଥିଲେ ।

ସୂଚନା ଅନୁସାରେ ମୃତବ୍ୟକ୍ତି ମେ ୨୫ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ମେ’ ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ନଦୀ ମଧ୍ୟକୁ ଶବ ଫୋପାଡିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜ ହୋଇଛି ।

Leave a Reply