spot_img

Latest Posts

ଠିକା ସଂସ୍ଥା ସହ R & B ବିଭାଗକୁ କାରଣ ଦର୍ଶାଓ ନୋଟିସ ; ୭୦ଫୁଟ ଉପରେ କାମ କରୁଥିଲେ ଶ୍ରମିକ

ଠିକା ସଂସ୍ଥାକୁ ପଡିଲା ମହଙ୍ଗା ବିନା ସୁରକ୍ଷା କବଚରେ ୭୦ଫୁଟ ଉପରେ ଶ୍ରମିକଙ୍କୁ କାମ କରାଇବା । ଠିକା ସଂସ୍ଥା ସହ R & B ବିଭାଗ କୁ କାରଣ ଦର୍ଶାଓ ନୋଟିସ ଜାରି କଲା ବୌଦ୍ଧ ଶ୍ରମ ବିଭାଗ । ବୌଦ୍ଧ ଜିଲ୍ଲାର ବାଉଁସୁଣିରୁ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସଂଯୋଗ ପାଇଁ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟରେ କାମ କରୁଥିବା ଶ୍ରମିକମାନଙ୍କୁ ବିନା ସୁରକ୍ଷା ଉପକରଣରେ ଠିକା ନେଇଥିବା RKD ଠିକାସଂସ୍ଥା କାମ କରାଉଥିବା ଦେଖିବାକୁ ମିଳିଥିଲା। ଯାହାକି ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦପୂର୍ଣ୍ଣ ରହିଥିଲା। ଏ ଘଟଣା ବୌଦ୍ଧ ଶ୍ରମ ବିଭାଗ ଜାଣିବା ପରେଘଟଣାକୁ ତତ୍ପରତାର ସହ ନେଇଥିଲା। ପରେ ବୌଦ୍ଧ ଭାରପ୍ରାପ୍ତ ଶ୍ରମ ଅଧିକାରୀ ସୁଶ୍ରୀ କନ୍ୟା କୁମାରୀ ସାହୁ ଓ ହରଭଙ୍ଗା ବ୍ଲକ ସହକାରୀ ଶ୍ରମ ଅଧିକାରୀ ଜ୍ୟୋତିରଞ୍ଜନ ବାରିକ ହଠାତ୍ ମହାନଦୀ ସେତୁ ନିର୍ମାଣ ସ୍ଥଳକୁ ପହଞ୍ଚି ଥିଲେ । ଆଉ କାର୍ଯ୍ୟ ସ୍ଥଳରେ ଶ୍ରମିକ ମାନେ ବିପଦ ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଦେଖିବା ପାଇଁ ପାଇଥିଲେ । ଯାହାକୁ ନେଇ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରିଥିଲେ। ପରେ ଠିକା ସଂସ୍ଥା ଅଧିକାରୀଙ୍କୁ ଶ୍ରମିକ ମାନଙ୍କ ପାଇଁ ଜୋତା, ହେଲମେଟ୍, ସେପ୍ଟି ଜ୍ୟାକେଟ୍, ସେପ୍ଟି ନେଟ୍ ର ସୁବିଧା କରିବା ସହ ଠିକ୍ ସମୟରେ ତାଙ୍କର ଦରମା ପ୍ରଦାନ କରିବା ପାଇଁ ତାଗିଦ୍ କରିଥିଲେ। ଅନ୍ୟପଟେ ଘଟଣାକୁ ନେଇ ଶ୍ରମ ଅଧିକାରୀ RKD ଠିକା ସଂସ୍ଥାର ମୁଖ୍ୟ ଓ ବୌଦ୍ଧ କନ୍ଧମାଳ ଜିଲ୍ଲାର R & B ବିଭାଗ ମୁଖ୍ୟଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି । ଅଗାମୀ ସାତ ଦିନ ମଧ୍ୟରେ ଉତ୍ତର ରଖିବା ପାଇଁ କୁହାଯାଇଛି ବୋଲି ଚିଠି ରେ ଉଲ୍ଲେଖ ରହିଛି ।

Latest Posts

Don't Miss