ରଥଯାତ୍ରା ପୂର୍ବରୁ ୩ଟି ପର୍ଯ୍ଯୟରେ ହେବ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି !
ନନ୍ଦିଘୋଷ ବ୍ୟୁରୋ: ୨୦୨୬ ବର୍ଷ ରଥଯାତ୍ରା ଯଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନ ଅଳଙ୍କାରର ଗଣତି ମଣତି । ଗତକାଲି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ l ତେବେ ଦୀର୍ଘ ୫ ଘଣ୍ଟା ବୈଠକ ପରେ ତାରିଖ କମ୍ବା ମାର୍ଗ ଦର୍ଶିକା ଚୂଡାନ୍ତ ହୋଇପାରି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ।
୩ଟି ପର୍ଯ୍ଯାୟରେ ହେବ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି । ୧୯୭୮ ଗଣତି ମଣତି ତାଲିକା ରିପୋର୍ଟ ସହ କରାଯିବ ମେଳକ । ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ଗଣତି ମଣତି ପରେ ଜିଲ୍ଲା ଟ୍ରେଜେରୀରେ ରହିବ ରତ୍ନ ଭଣ୍ଡାରର ଚାବି । ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି ସହ କରାଯିବ ଡିଜିଟାଇଜେସନ ।
୨୦୨୬ ବର୍ଷ ରଥଯାତ୍ରା ଯଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନ ଅଳକାରର ଗଣତି ମଣତି । ପ୍ରଥମେ ଚଳନ୍ତି ଭଣ୍ଡାର, ପରେ ବାହାର ଭଣ୍ଡାର ଓ ଶେଷରେ ଭିତର ରତ୍ନ ଭଣ୍ଡାର ଗଣତି ମଣତି କରାଯିବ l ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଚିଠା ପ୍ରସ୍ତାବ ଆଗତ ହୋଇଛି । ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବାବେଳେ ୩ଟି ପର୍ଯ୍ୟାୟରେ ଗଣତି ମଣତି କରାଯିବ l ଖୁବଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଗଣତି ମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ତାରି ଉପରେ ଦିଆଯାଇଛି ଗୁରୁତ୍ବ ।
୨୦୨୪ ଜୁଲାଇ ୧୪ ଜୁଲାଇ ୨୦୨୪ ରତ୍ନଭଣ୍ଡାର ଖୋଲାଯାଇଥିଲା । ପ୍ରାଥମିକ ଭାବେ ପ୍ରଥମେ ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ୨୦୨୪ ଅଗଷ୍ଟ ୨୩ରେ ସ୍ଥାନାନ୍ତର ହୋଇଥିଲା ସିନ୍ଧୁକ । ପରେ ସେପ୍ଟେମ୍ବର ୨୪ରେ ଏଏସଆଇ ସ୍ୱତନ୍ତ୍ର ଟିମ ଯାଞ୍ଚ କରିଥିଲା । ରିପୋର୍ଟ ଆଧାରରରେ ୧୭ ଡିସେମ୍ବରରେ ଆରମ୍ଭ ହୋଇଥିଲା ମରାମତି । ଏହା ୨୮ ଏପ୍ରିଲ ୨୦୨୫ ଯାଏଁ ଜାରି ରହିଥିଲା । ତେବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଶେଷ ପରେ ଗଣତି ମଣତି ନେଇ ବିଳମ୍ବ ସତ୍ତ୍ବେ ୫ ଘଣ୍ଟା ବୈଠକ ପରେ ତାରିଖ କମ୍ବା ମାର୍ଗ ଦର୍ଶିକା ଚୂଡାନ୍ତ ହୋଇପାରି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ।

