ଶ୍ରୀମନ୍ଦିର ହେଲା ସାନିଟାଇଜ୍‌, ଏଣିକି ସବୁ ରବିବାର ବନ୍ଦ ରହିବ ଦର୍ଶନ..

1 min read
Puri Temple

ପୁରୀ: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ଆଜିଠାରୁ ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହାକୁ ଭକ୍ତ ଓ ସେବାୟତମାନେ ସ୍ୱାଗତ କରିଥିବା ବେଳେ ରବିବାର ବଦଳରେ ଅନ୍ୟ ଦିନ ବନ୍ଦ କରିବା ପାଇଁ କିଛି ମତ ଦେଇଛନ୍ତି । ରବିବାର ଛୁଟିଦିନ ଥିବାରୁ ଅଧିକ ଭକ୍ତ ଆସିବାର ସୁବିଧା ରହିଛି । ତେଣୁ ଏନେଇ ପୂନର୍ବିଚାର କରିବାକୁ ପରାମର୍ଶ ଦେଇଛନ୍ତି କିଛି ଭକ୍ତ ଓ ସେବାୟତ ।

ସପ୍ତାହରେ ଥରେ ଶ୍ରୀମନ୍ଦିର ପରିସର ହେବ ସାନିଟାଇଜ୍ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିରରେ ଲାଗୁ ହେଲା ଏଭଳି କଟକଣା । କୋଭିଡର ଦ୍ୱିତୀୟ ଲହରକୁ ନଜରରେ ରଖି ଏଣିକି ପ୍ରତି ରବିବାର ଦର୍ଶନ ବନ୍ଦ ରହିବ । ଏହାସହ ଶ୍ରୀମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତ ନିଆଯାଇଛି । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି କ୍ଷୁର୍ଣ୍ଣ ନହୁଏ ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ମନ୍ଦିର ବନ୍ଦକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରବିବାର ଛୁଟିଦିନ ଥିବାରୁ ଅଧିକ ଭକ୍ତ ଶ୍ରୀମନ୍ଦିର ଆସିଥାନ୍ତି । ତେଣୁ ରବିବାର ବଦଳରେ ଅନ୍ୟଦିନ ବନ୍ଦ ପାଇଁ ନିଷ୍ପତ୍ତି ନେବାକୁ କିଛି ଭକ୍ତ ଓ ସେବାୟତ ପରାମର୍ଶ ଦେଇଛନ୍ତି । ଏଥିପାଇଁ ନିଷ୍ପତିର ପୂନର୍ବିଚାର କରିବାକୁ ସେମାନେ ଅନୁରେଧ କରିଛନ୍ତି ।

 କୋଭିଡ ଯୋଗୁଁ ଗତବର୍ଷ ଶ୍ରୀମନ୍ଦିର ସମ୍ପୂର୍ଣ ବନ୍ଦ ରଖାଯାଇଥିଲା । ପରେ ସ୍ୱତନ୍ତ୍ର SOP ମାଧ୍ୟମରେ ଦର୍ଶନ ବ୍ୟବସ୍ଥା ଜାରି ରଖାଯାଇଥିବା ବେଳେ ପୁନର୍ବାର SOP ରେ ସାମାନ୍ୟ କଟକଣା ଲାଗୁକରାଯାଇଛି ।

Leave a Reply