କାନପୁରରେ କମାଲ କଲେ ଆୟର; ଭାଙ୍ଗିଲେ ଲାଲା ଅମରନାଥଙ୍କ ରେକର୍ଡ

1 min read

କାନପୁର: କାନପୁରର ଗ୍ରୀନପାର୍କରେ ଚାଲିଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟ ପ୍ରଥମ ଇନିଂସରେ ଭାରତ ୩୪୫ ରନ କରଥିଲା । ପ୍ରଥମ ଇନିଂସରରେ ଯେତେବେଳେ ସଙ୍କଟରେ ଭାରତ ପଡ଼ିଥିଲା । ସେ ସମୟରେ ସଙ୍କଟମୋଚକ ଭାବରେ ଟିମ୍ ଇଣ୍ଡିଆକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ ଡେବ୍ୟୁ କରିଥିବା ଶ୍ରେୟସ ଆୟର । ସେହିପରି ଭାବରେ ଦ୍ବିତୀୟ ଇନିଂସରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିବା ବେଳେ ଏହି ସମୟରେ ପାରି ସମ୍ଭାଳିଥିଲେ ଆୟର । ଦ୍ବିତୀୟ ଇନିଂସରେ ଗୁରୁତ୍ବପୂର୍ଣ୍ଣ ୬୫ ରନ କରିଛନ୍ତି । ତେବେ ଡେବ୍ୟୁ ମ୍ୟାଚର ପ୍ରଥମ ଇନିଂସରେ ଶତକ ଏବଂ ଦ୍ବିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ଶ୍ରେୟସ ଆୟର ।

ମୁମ୍ବାଇ ତରଫରୁ ଘରୋଇ କ୍ରିକେଟ ଖେଳୁଥିବା ଆୟର ଡେବ୍ୟୁ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ଭରତୀୟ । ଆୟର ପ୍ରଥମ ଇନିଂସରେ ୧୦୫ ରନ କରିଥିବାବେଳେ ଦ୍ବିତୀୟ ଇନିଂସରେ ୬୫ ରନ କରିଥିଲେ । ଡେବ୍ୟୁ ଟେଷ୍ଟର ଦୁଇଟି ଇନିଂସରେ ୫୦ରୁ ଅଧିକ ସ୍କୋର କରିବା ମାମଲାରେ ଶ୍ରେୟସ ତୃତୀୟ ନମ୍ବରରେ ରହିଛନ୍ତି । ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଦିଲଓ୍ବାର ହୁସେନ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ଅଛନ୍ତି ସୁନୀଲ ଗାଭାସ୍କର ।

ଏହା ବ୍ୟତୀତ ଟେଷ୍ଟ ଡେବ୍ୟୁରେ ଅଧିକ ରନ କରିବାରେ ମଧ୍ୟ ତୃତୀୟ ନମ୍ବରରେ ପହଞ୍ଚିଛନ୍ତି ଶ୍ରେୟସ ଆୟର । ଆୟର ଡେବ୍ୟୁ ଟେଷ୍ଟରେ ୧୭୦ ରନ କରି ଲାଲା ଅମରନାଥଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅମରନାଥ ୧୯୨୨/୩୪ ମସିହାରେ ଇଂଲଣ୍ଡ ବିପକ୍ଷରେ ୧୫୬ ରନ ସଂଗ୍ରହ କରିଥିଲେ । ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ଶିଖର ଧାଓ୍ବାନ । ଧାଓ୍ବନ ୨୦୧୨/୧୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲୀରେ ୧୮୭ ରନ ସଂଗ୍ରହ କରିଥିଲେ । ସେହିପରି ଭାବରେ ଏହି ଲିଷ୍ଟର ଦ୍ବିତୀୟ ସ୍ଥାନରେ ଅଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ୨୦୧୩/୧୪ ମସିହାରେ ୧୭୭ ରନ କରିଥିଲେ ।

 

Leave a Reply