ଅଷ୍ଟ୍ରେଲିଆ, ଭାରତର ମୁକାବିଲାରେ ଶୁବମନ ବାଦ୍ ପଡିବା ନିଶ୍ଚିତ !

ନନ୍ଦିଘୋଷ ବ୍ୟୁରୋ : ଓପନର ଶୁବମନ ଗିଲଙ୍କୁ ଡେଙ୍ଗୁ । ଆସନ୍ତା ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମୁକାବିଲା ହେବାକୁ ଯାଉଥିବାବେଳେ ଶୁବମନଙ୍କୁ ଡେଙ୍ଗୁ ଭାରତୀୟ ଟିମ ଲାଗି ଚିନ୍ତାର କାରଣ ପାଲଟିଛି । ଡେଙ୍ଗୁ କାରଣରୁ ମ୍ୟାଚରୁ ଶୁବମନ ବାଦ୍ ପଡିବା ଏକରକମ ନିଶ୍ଚିତ ହୋଇଥିବାବେଳେ ତାଙ୍କ ବଦଳରେ କିଏ ଖେଳିବେ ତାହାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି । ସମସ୍ତ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସିଥିବା ଗିଲ୍ ଚଳିତ ବର୍ଷ ୧୨୩୦ ରନ କରି ଶୀର୍ଷରେ ରହିଛନ୍ତି ।

ଏସିଆ କପରେ ବି ବେଶ୍ ଚମତ୍କାରିତା ଦେଖାଇଛନ୍ତି ୨୪ ବର୍ଷୀୟ ଗିଲ୍ । ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିସିସିଆଇର ମେଡିକାଲ ଟିମ ମନିଟରିଂକରୁଥିବା ସୂଚନା ମିଳିଛି । ଆଜି ଗିଲଙ୍କ ଆଉ ଏକ ରାଉଣ୍ଡ ଟେଷ୍ଟ କରାଯିବ । ମେଡିକାଲ ଟେଷ୍ଟ ପରେ ବିସିସିଆଇ ତାଙ୍କ ସହ ଆଲୋଚନା କରିବ ।