ସିଦ୍ଧାନ୍ତ କପୁରଙ୍କୁ ଆଶ୍ବସ୍ତି: ଡ୍ରଗ୍ସ କେସରୁ ମିଳିଲା ଜାମିନ

ବେଙ୍ଗାଲୁରୁ: ସିଦ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ । ରବିବାର ରାତିରେ ବାଙ୍ଗାଲୁରୁର ଏକ ହୋଟେଲରୁ ଡ୍ରଗ୍ସ ମାମଲାରେ ଧରାପଡିଥିଲେ ସିଦ୍ଧାନ୍ତ। ଶକ୍ତି କପୁରଙ୍କ ପୁଅ ଓ ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ଏବେ ମିଳିସାରିଛି ଜାମିନ । ସିଦ୍ଧାନ୍ତଙ୍କ ସହିତ ୬ଜଣଙ୍କୁ ପୋଲିସ ଗିରଫ କରିଥିଲା । ମେଡିକାଲ ଟେଷ୍ଟରେ ସେମାନଙ୍କ ରକ୍ତ ନମୁନାରେ ଡ୍ରଗ୍ସ ମିଳିଥିଲା । ବତ୍ତର୍ମାନ ଏହି ମାମଲାରେ ୫ଜଣଙ୍କୁ ଜାମିନ ମିଳିସାରିଛି ।

ଗତ ରବିବାର ବେଙ୍ଗାଲୁରୁର ଏମଜି ରୋଡ ସ୍ଥିତ ଏକ ହୋଟେଲରେ ଚାଲି ଥିଲା ଏକ ପାର୍ଟି । ପାର୍ଟିରେ ଡିଜେ ଥିଲେ ସିଦ୍ଧାନ୍ତ କପୁର । କେହି ଜଣେ ହୋଟଲରେ ଡ୍ରଗ୍ସ ପାର୍ଟି ଚାଲିଥିବାର ପୋଲିସକୁ ସୂଚନା ଦେଇଥିଲା । ସୂଚନା ମୁତାବକ ପୋଲିସ ଟିମ୍ ସେହି ହୋଟେଲରେ ରେଡ୍ କରିଥିଲା । ସିଦ୍ଧାନ୍ତଙ୍କ ସମେତ ୬ଜଣଙ୍କୁ ଡ୍ରଗ୍ସ ନେବା ମାମଲାରେ ପୋଲିସ ଗିରଫ କରିଥିଲା । ଯାହା ପରେ ୫ଜଣଙ୍କ ରକ୍ତ ନମୁନାରେ ଡ୍ରଗ୍ସ ଥିବା ଜଣା ପଡିଥିଲା ।

ସେପଟେ ଇଷ୍ଟ ବେଙ୍ଗାଲୁରୁର ଡିସିପି ଭୀମା ଶଙ୍କର କହିଛନ୍ତି କି, ସିଦ୍ଧାନ୍ତଙ୍କ ସହିତ ଯେଉଁ ୪ଜଣଙ୍କୁ ବେଲ୍ ମିଳିଛି, ସେମାନଙ୍କୁ ଯେତେବେଳେ ପୋଲିସ ପାଖରେ ହାଜର ହେବାକୁ କୁହାଯିବ, ସେମାନଙ୍କୁ ହାଜର ହେବାକୁ ପଡିବ । ଯେଉଁ ମାନଙ୍କୁ ଜାମିନ ମିଳିଛି ସେମାନେ ହେଲେ ସିଦ୍ଧାନ୍ତ କପୁର,ଅଖିଲ ସୋନୀ, ହରଜୋତ ସିଂ,ହନି, ଅଖିଲ ସାମିଲ ଥିଲେ ।