ସ୍ପୁଟ୍‌ନିକ୍‌-ଭି ଟିକା ତିଆରି କରିବ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍

1 min read

ନୂଆଦିଲ୍ଲୀ: ସ୍ପୁଟ୍‌ନିକ୍‌-ଭି ଟିକା ତିଆରି କରିବ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ । ଏ ନେଇ ସେରମ ଇନଷ୍ଟିଚ୍ୟୁଟ୍‌କୁ ମିଳିଲା ଡିସିଜିଆଇ ପକ୍ଷରୁ ଅନୁମତି ମିଳିିଛି ।ଭାରତରେ ଡକ୍ଟର ରେଡ୍ଡୀ ଲ୍ୟାବ୍‌ ତିଆରି କରୁଛି ସ୍ପୁଟନିକ୍‌ ଭି । ସେରମ ଇନଷ୍ଟିଚ୍ୟୁଟ୍‌ ମଧ୍ୟ ସରକାରଙ୍କ ଅନୁମତି ମାଗିଥିଲା । ଋଷିଆ ପ୍ରସ୍ତୁତ ଟିକା ସ୍ପୁଟନିକ୍‌ ଭି ତିଆରି କରିବ ସେରମ୍ । କମ୍ପାନୀ ତା’ର ହଦପସର ପ୍ରତିଷ୍ଠାନରେ ଏହାର ଉତ୍ପାଦନ କରିବ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି। ହଦପସର ପ୍ରତିଷ୍ଠାନରେ ସ୍ପୁଟନିକ ଭି ଟିକାକୁ ବିକଶିତ କରିବା ପାଇଁ ସେରମ ରୁଷର ମସ୍କୋରେ ଥିବା ଗାମେଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାକ୍ରୋବାୟୋଲିଜି ସହ ଅନୁବନ୍ଧିତ ହୋଇଛି । ଅପରପକ୍ଷରେ ଭାରତରେ ଉପଲବ୍ଧ ଭ୍ୟାକ୍ସିନ୍ କୋଭାକ୍ସିନ ୮୧% ପ୍ରଭାବଶାଳୀ ଥିବା ବେଳେ କୋଭିସିଲ୍ଡି ୭୦ ପ୍ରତିଶତ ଓ ସ୍ପଟନିକ୍ ଭି ୯୨ ପ୍ରତିଶତ ପ୍ରଭାବଶାଳୀ  । ତେବେ ମାତ୍ର ୨୧ ଦିନ ପରେ ଏହାର ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିଥାଏ ।

ଏଥିସହିତ ପଢ଼ନ୍ତୁ: ଗ୍ଳୋବାଲ୍ ଟେଣ୍ଡର ପ୍ରକ୍ରିୟାରେ ୨ ବିଦେଶୀ କମ୍ପାନୀଙ୍କ ଆବେଦନ

ଅନ୍ୟପକ୍ଷରେ ବିଶ୍ୱସ୍ତରରେ ସ୍ପୁଟନିକ-ଭିର ମାର୍କେଟିଂ କରୁଥିବା ରୁଷିଆର ଆରଡିଆଇଏଫ ଭାରତରେ ଏହାର ଉତ୍ପାଦନ ପାଇଁ ୬ଟି କମ୍ପାନୀ ସହ ଚୁକ୍ତି କରିଛି। ଏମାନଙ୍କ ମଧ୍ୟରେ ଡା ରେଡ୍ଡୀ ଲ୍ୟାବ, ଗ୍ଳେନ୍ ଫାର୍ମା, ହେଟ୍ରୋ ବାୟୋଫାର୍ମା, ପାନେସିୟା ବାୟୋଟେକ, ଷ୍ଟେଲିସ ବାୟୋଫାର୍ମା ଓ ଭାରତ ବାୟୋଟେକ ରହିଛନ୍ତି।

Leave a Reply