ସୀମାଙ୍କ ପାଇଁ ବୁକିଂ ହେଲା ମୁମ୍ବାଇରୁ କରାଚି ଟିକେଟ, ୩୧ ଡିସେମ୍ବରରେ ଯିବେ ପାକିସ୍ତାନ !

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଫେରିଯିବେ ସୀମା । ମୁମ୍ବାଇରୁ କରାଚି ପାଇଁ ଟିକେଟ ବୁକିଂ କଲା କର୍ଣ୍ଣି ସେନା । ସେନାର ଜିଲ୍ଲାଧକ୍ଷ ମନୀଷ ସିଂହ ୩୩ ହଜାର ଟଙ୍କା ଦେଇ ଟିକେଟ ବୁକିଂ କରିଛନ୍ତି । ପ୍ରଶାସନର ଅନୁମତି ନେଇ ସେମାନେ ଏହି ଟିକେଟ ଦେବେ ବୋଲି କହିଛନ୍ତି । ବିମାନବନ୍ଦରରେ ତାଙ୍କୁ ଛାଡ଼ିବା ସହ ଆର୍ଥିକ ସହାୟତା ୫୦ ହଜାର ଟଙ୍କା ଯୋଗାଇ ଦେବାକୁ କହିଛନ୍ତି । ସୀମାଙ୍କୁ ଆମେ ପାକିସ୍ତାନ ପଠାଇବୁ । ପବଜୀ ଖେଳୁଥିବା ଯୁବପିଢ଼ୀ ତାଙ୍କ କାହାଣୀ ଶୁଣିବା ପରେ ପଥଭ୍ରଷ୍ଟ ହେଉଛନ୍ତି । ଯଦି ସଚିନଙ୍କ ପରିବାର ଚାହିଁବେ ତାଙ୍କୁ ମଧ୍ୟ ପାକିସ୍ତାନରେ ଛାଡ଼ିଦେବୁ ।

ସୀମା ଏବଂ ସଚିନଙ୍କୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମକୁ ଆମେ ଦେଖିଦେବୁ । କିନ୍ତୁ ଫିଲ୍ମ ରିଲିଜ ହେବାକୁ ଦେବୁନାହିଁ । ଯଦି ଅମିତ ଜାନୀ ଏହି ଫିଲ୍ମ ରିଲିଜ କରାନ୍ତି ତାହେଲେ ତାଙ୍କୁ ମଧ୍ୟ ପାକିସ୍ତାନ ପଠାଇବାର ବ୍ୟବସ୍ଥା କରିବୁ ।