କଥା ଦେଇ କଥା ରଖିଲେ 5T ଅଧ୍ୟକ୍ଷ

1 min read

ବାଲେଶ୍ବର: କଥା ଦେଇ କଥା ରଖିଲେ ରାଜ୍ୟ ସରକାର । ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ବାବା ବକ୍ରେଶ୍ବରପୀଠକୁ ରାସ୍ତା ପାଇଁ ହେଲା ଶୁଭ ଶିଳାନ୍ୟାସ । ପୂର୍ବରୁ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଏନେଇ ଜଣାଇଥିଲେ ସିମୁଳିଆବାସୀ । ବକ୍ରେଶ୍ବରପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ସେଠାକୁ ଯିବାକୁ ଭଲ ରାସ୍ତା ନଥିଲା  । ଏଣୁ ପର୍ଯ୍ୟଟକ ମାନେ ଅସୁବିଧା ଭୋଗୁଥିଲେ । 5T ଅଧ୍ୟକ୍ଷ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଭଦ୍ରକ ସାଂସଦ ମଞ୍ଜୁଳତା ମଣ୍ଡଳ ଓ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ୫ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରାଯିବ। ଝିଙ୍କିରିଆଠାରେ ୫ କୋଟି ଟଙ୍କାରେ ଦୁଇଟି ପୋଲ ମଧ୍ୟ ନିର୍ମାଣ କରାଯିବ । ଦୀର୍ଘବର୍ଷର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।