ପଶ୍ଚିମବଙ୍ଗରେ ୫୮ ଲକ୍ଷ ଭୋଟର ବାଦ୍। SIR ପରେ ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକାରୁ ୫୮ ଲକ୍ଷ ୨୦ ହଜାର ୮୯୮ ଭୋଟର ବାଦ୍ ପଡ଼ିଥିବାର ସୂଚନା ମିଳିଛି। ମାସେ ଧରି ସାରା ରାଜ୍ୟରେ ଏସଆଇଆର୍ ହୋଇଥିଲା। ଏହା ପରେ ନିର୍ବାଚନ କମିଶନରୁ ପକ୍ଷରୁ ପ୍ରକାଶ ପାଇଛି ଚିଠା ଭୋଟର ତାଲିକା। ଏଥିରେ ୫୮ ଲକ୍ଷ ଭୋଟରଙ୍କ ନାଁ ନ ଥିବା ଜଣାପଡ଼ିଛି। କିନ୍ତୁ ଯେଉଁମାନେ ବାଦ୍ ପଡ଼ିଛନ୍ତି ସେମାନଙ୍କର ଅଲଗା ତାଲିକା ପ୍ରକାଶ ପାଇ ନାହିଁ। ଯେଉଁମାନଙ୍କ ନାଁ ନାହିଁ, ସେମାନେ ଚାହିଁଲେ ଆପତ୍ତି ଅଭିଯୋଗ କରିପାରିବେ। ଆସନ୍ତା ଫେବୃଆରୀ ୨୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା। ଏହି ତାଲିକାରେ ଏହି ତାଲିକାରେ ୨୪ ଲକ୍ଷ ୧୫ ହଜାର ୮୫୩ ଭୋଟରଙ୍କୁ ମୃତ ଘୋଷଣା କରାଯାଇଛି। ଏହା ସହ ୧୯ ଲକ୍ଷ ୮୮ ହଜାର ୭୬ ଜଣ ଅନ୍ୟତ୍ର ଚାଲିଯାଇଥିବା ଦର୍ଶାଯାଇଛି। ତାଲିକାରେ ୧୨ ଲକ୍ଷ ୨୦ ହଜାର ୩୮ ଜଣଙ୍କୁ ନିଖୋଜ ଦର୍ଶାଯାଇଥିବାବେଳେ ୧ ଲକ୍ଷ ୩୦ ହଜାର ୩୨୮ ଜଣଙ୍କୁ ଜାଲ୍ ଡୁପ୍ଲିକେଟ ଭୋଟର ଦର୍ଶାଯାଇଛି। ଅନ୍ୟାନ୍ୟ କାରଣ ଦର୍ଶାଇ ୫୭ ହଜାର ୬୦୪ ଜଣଙ୍କୁ ତାଲିକାରୁ ବାଦ ଦିଆଯାଇଛି।

