ନନ୍ଦିଘୋଷ ବ୍ୟୁରୋ: ଏସଆଇଆର୍ କୁ ନେଇ ସଂସଦରେ ଆଜି ମଧ୍ୟ ବଡ଼ ଧରଣର ହଙ୍ଗାମା ଦେଖିବାକୁ ମିଳିଛି। ଏହାକୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ। ସଂସଦର ଉଭୟ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଏସଆଇଆରକୁ ତୀବ୍ର ବିରୋଧ କରି ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି ବିପକ୍ଷ ଦଳ। ଏସଆଇଆର୍ କରାଯାଇ ଲୋକଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ପ୍ରସଙ୍ଗରେ ଗୃହରେ ଜୋରଦାର ହଙ୍ଗାମା ହୋଇଛି। ଭୋଟ ଚୋର, ଗଦ୍ଦି ଛାଡ଼ ନାରା ଦେଇଛନ୍ତି ବିରୋଧୀ। ଏମିତି ପରିସ୍ଥିତି ହେଲା ଯେ, ଲୋକସଭାକୁ କିଛି ସମୟ ପାଇଁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି। ସଂସଦ ପରିସରରେ ମଧ୍ୟ ବିରୋଧୀ ସାଂସଦମାନେ ପ୍ଲାକାର୍ଡ କରି ଧାରଣା ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

