କରୁଣା କଲେ କରୁଣା ନିଧାନ । କୋମାରୁ ଉଠିଲା ୬ ବର୍ଷୀୟ ରୋଗଣା ପୁଅ । ବର୍ଷେ ହେଲା ନିଶ୍ଚଳ ହୋଇଯାଇଥିଲା ଶରୀର । ହେଲେ ମହାପ୍ରଭୁ ଦେଲେ ନୂଆ ଜୀବନ । ଡାକ୍ତରଙ୍କ ଠାରୁ ନିରାସ ହେବା ପରେ ରାଜସ୍ଥାନରୁ ପୁଅକୁ ଧରି ପୁରୀ ଦୌଡ଼ି ଆସିଥିଲେ ରାଜସ୍ଥାକ ବାନ୍ସୱାଡ଼ାର ପ୍ରକାଶ କୁମାର ଭୋଇ । ଶ୍ରୀମନ୍ଦିର ଆଗରେ ପୁଅକୁ ରଖି ଲୋତକ ଭରା ଆଖିରେ ମହାପ୍ରଭୁଙ୍କୁ ମାଗିଥିଲେ ନିଜ ପୁଅ ନିଖିଳର ଜୀବନ । ଆଉ ଠିକ ୧୪ ଦିନ ପରେ ହେଲା ଚମତ୍କାର । ଆଶା ଛାଡ଼ି ଦେଇଥିବା ଶରୀରରେ ପୁଣି ହୋଇଛି ଆଶାର ସଞ୍ଚାର । କୋମାରୁ ଧୀରେ ଧୀରେ ସୁସ୍ଥ ହେଉଛି ନିତିନ । ଦିନ ମଜୁରିଆ ବାପା ଦୌଡ଼ି ଆସି ମହାପ୍ରଙ୍କୁ କୃତଜ୍ଞତା ଜଣାଇଛି । ତେବେ ଶ୍ରୀଜନ୍ନାଥ ଚମତ୍କାର ସମସ୍ତଙ୍କୁ ଜଣା । ଆଉ ଭଗବାନଙ୍କ ପାଖରେ ଗୁହାରୀ କରି ତାଙ୍କୁ ସମର୍ପଣ କରିବା ଭଲ ହେଲେ ତା’ ସାଙ୍ଗରେ ଡ଼ାକ୍ତରୀ ପରାମର୍ଶ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ।
ବିଶ୍ୱାସ ଆଉ ଭକ୍ତି ବଳରେ ଅସାଧ୍ଯ ବି ସାଧନ ହୁଏ । ଯେଉଁଠି ଔଷଧ ଉପରୁ ମଣିଷର ଭରସା ତୁଟିଯାଏ । ସେତେବେଳେ ମଣିଷ ଭଗବାନଙ୍କ ଶରଣ ପଶେ । ଡାକ୍ତର ମାନେ ବି ଅପରେସନ ପୂର୍ବରୁ ଭଗବାନଙ୍କୁ ଡାକନ୍ତି । ହେଲେ ଭଗବତ ଭକ୍ତି ଯେତିକି ଜରୁରି ଡାକ୍ତରୀ ଚିକିତ୍ସା ବି ସେତିକି ଜରୁରୀ । ଆଜି ପୁଣି ସିଂହଦ୍ଵାର ଫିଟିବା ପରେ ବଡ଼ି ଭୋରରୁ ଜଣେ ମହିଳା ଓ ଜଣେ ପୁରୁଷ ଛୁଆକୁ ସିଂହଦ୍ଵାର ନିକଟକୁ ଆସିଛନ୍ତି । ମହାପ୍ରଭୁଙ୍କୁ ଛୁଆର ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି । ତେବେ ଭଗବାନ ବି କହିଛନ୍ତି ଭକ୍ତି ସହ କର୍ମ ବି ଜରୁରୀ । ତେଣୁ ଭଗବାନଙ୍କୁ ଡାକିବା ସହ ରୋଗୀଙ୍କୁ ଡାକ୍ତରୀ ଚିକିତ୍ସା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

