ପାରାସୁଟକୁ ଭୁଲି ବିମାନରୁ ଲମ୍ଫ, ଭିଡିଓରେ ରେକର୍ଡ କଲେ ନିଜ ମୃତ୍ୟୁ !

1 min read

ନନ୍ଦିଘୋଷ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ନିଜ ମୃତ୍ୟୁକୁ ଅଜାଣତରେ ନିଜ କ୍ୟାମରାରେ କରିଥିଲେ ରେକର୍ଡ । ଯାହା ଥିଲା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ପେଶାରେ ସେ ଥିଲେ ଜଣେ ସ୍କାଏ ଡାଇଭର । ସ୍କାଏ ଡାଇଭିଂର ଭିଡିଓ ବନାଇ ୟୁଟ୍ୟୁବରେ ଛାଡିଥାନ୍ତେ । ହେଲେ ଯେଉଁ ଖୁସିର ମୁହୂର୍ତ୍ତକୁ ସେ ସାଇତି ରଖିବାକୁ ଚାହୁଁଥିଲେ, ତାହା ବିଷାଦର ଭିଡିଓ ପାଲଟିଗଲା ।

ନିକଟରେ ବ୍ୟକ୍ତି ଜଣକ ନିଜ ମୃତ୍ୟୁକୁ ନିଜେ କ୍ୟାମେରା ରେକର୍ଡ କରିଥିବାର ଦୃଶ୍ୟ ସାମ୍ନା କୁ ଆସିଛି । ଯେଉଁଥିରେ ବିମାନରୁ ଡେଇଁବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ବିମାନରୁ ଡେଇଁବା ବେଳେ ସେ ତାଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ ଭୁଲି ଯାଇଥିଲେ ଯାହା ଥିଲା ତାଙ୍କର ପାରାସୁଟ୍ । ଏହି ବ୍ୟକ୍ତିଙ୍କ ନାଁ ହେଉଛି ଇଭାନ୍ ମ୍ୟାକଗୁଏର୍ ।

ଘଟଣାଟି ଏପ୍ରିଲ୍ ୧୯୮୮ ମସିହାର । ତଳୁ ୧୦ ହଜାର ଫୁଟ୍ ଉଚ୍ଚରେ କ୍ୟାମେରାରେ ପାରାଚ୍ୟୁଟ୍ ଶିକ୍ଷା ରେକର୍ଡ କରିବାକୁ ଇଭାନ୍ ବହୁତ ଉତ୍ସାହିତ ଥିଲେ । ଏହା ବିମାନରୁ ତାଙ୍କର ତୃତୀୟ ଜମ୍ପ୍ ଥିଲା । ସେ ଆମେରିକାର ଉତ୍ତର କାରୋଲିନାର ଫ୍ରାଙ୍କଲିନ୍ କାଉଣ୍ଟି ସ୍ପୋର୍ଟସ୍ ପାରାସୁଟ୍ ସେଣ୍ଟରରେ ଥିଲେ । ୩୫ ବର୍ଷୀୟ ଇଭାନ୍ ପାରାସୁଟ୍ ଶିକ୍ଷା ଦେବା ପାଇଁ ବିମାନରୁ ଡେଇଁ ପଡିଥିଲେ । କିନ୍ତୁ ଡେଇଁବା ପରେ ତାଙ୍କର ମନେ ପଡିଲା ଯେ ସେ ପାରାସୁଟ୍ ନେବାକୁ ଭୁଲିଯାଇଛନ୍ତି । ସେତେବେଳେ ସେ ତାଙ୍କ କ୍ୟାମେରାରେ ସବୁ କିଛି ରେକର୍ଡ କରିଥିଲେ । ଏହି ଦୁର୍ଘଟଣା ପୂର୍ବରୁ ଇଭାନ୍ ସଫଳତାର ସହ ୮୦୦ ଥର ସ୍କାଏ ଡାଇଭ କରିଥିଲେ ।

ପ୍ରଥମେ ସେ ଭାବିଲେ ସେ ସାଙ୍ଗରେ ପାରାସୁଟ୍ ଆଣିଛନ୍ତି । କିନ୍ତୁ ଯେତେବେଳେ ସେ ଜାଣିଲେ କି ସେ ପାରାସୁଟ୍ ଆଣିନାହାନ୍ତି ସେ ପୁରା ଡରିଯାଇଥିଲେ । ସେ ଭୂମିର ନିକଟତର ହେବା ବେଳକୁ ତାଙ୍କ ପାଟିରୁ ଶେଷ ଶଦ୍ଦ ଥିଲା ହେ ଭଗବାନ୍…..  । ପରେ ତାଙ୍କ ମୃତ ଦେହ ଏୟାର ଫିଲ୍ଡ୍ ରୁ ପ୍ରାୟ ଦେଢ ମାଇଲ୍ ଦୂର ଜଙ୍ଗଲରେ ମିଳିଥିଲା । ଏହାପରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା । ଇଭାନ୍ ଯେଉଁ ବିମାନରୁ ଡେଇଁଥିଲେ ତାର ପାଇଲଟ୍ ମାନଙ୍କୁ ପଚାରା ଯାଇଥିଲା କି ସେ ପାରାସୁଟ୍ ଚେକ୍ କରିଥିଲେ କି ନାହିଁ ।

FAA ଇନସେପେକ୍ଟର ଓ୍ବାଲଟର୍ ବିଗ୍ସିବି କହିଥିଲେ ଯେ ,ଏମିତି ଏକ ନିୟମ ଅଛି ଯେବେ ଯାଏଁ ପାଇଲଟ୍ ପାରାସୁଟ୍ ଚେକ୍ କରିନାହିଁ ସେ ପର୍ଯ୍ୟନ୍ତ କେହି ବିମାନରୁ ଡେଇଁ ପାରିବେ ନାହିଁ । କିନ୍ତୁ ପାରାଚ୍ୟୁଟ୍ ସେଣ୍ଟର ମାଲିକଙ୍କର ପତ୍ନୀ ନ୍ୟାନ୍ସି ଫୟାଡ୍ କହିଥିଲେ କି, କାହାରିକୁ ଏହି ବିଷୟରେ ଜଣାନଥିଲା କି ସେ ପାରାସୁଟ୍ ନେଇ ନାହାନ୍ତି । ଯଦି କେହି ଜାଣିଥାନ୍ତେ ତେବେ ତାଙ୍କୁ ଅଟକେଇଥାନ୍ତେ ।