ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟକ ତଥା ଷ୍ଟାର ଓପନର ସ୍ମୃତି ମାନ୍ଧନାଙ୍କ ବିବାହ ୨୩ ନଭେମ୍ବରରେ ହେବାକୁ ରହିଥିଲା । ମାତ୍ର ଅଚାନକ ତାଙ୍କ ବିବାହକୁ ସ୍ଥଗିତ ରଖାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସ୍ମୃତିଙ୍କ ବିବାହ ସ୍ଥଗିତ ରହିଥିବାବେଳେ ସେ ବିବାହ ସମ୍ପର୍କିତ ଯେଉଁସବୁ ଭିଡିଓ ଏବଂ ଫଟୋ ପୋଷ୍ଟ କରିଥିଲେ ସବୁ ଡିଲେଟ୍ କରି ଦେଇଛନ୍ତି । ଯାହାକୁ ନେଇ ତାଙ୍କ ପ୍ରଂଶସକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ହେଉଛି ।
ତେବେ କହି ରଖୁଛୁ କି, ଗତକାଲି ସ୍ମୃତିଙ୍କ ବାପା ସକାଳ ଭୋଜନ ସମୟରେ ଅସୁସ୍ଥତା ଅନୁଭବ କରିଥିଲେ । ପ୍ରଥମେ ସହଜଭାବେ ଗ୍ରହଣ କରିଥିଲେ । ପରେ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବାପାଙ୍କ ଅସୁସ୍ଥତା ପାଇଁ ଏହି ବିବାହକୁ ସ୍ଥଗିତ ରଖାଯାଇଛି । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ବିବାହ ଅନୁଷ୍ଠିତ ହେବ ବୋଲି କୁହାଯାଉଛି । ତେବେ ତାଙ୍କ ଏନଗେଜ୍ମେଣ୍ଟ ସମୟର ଏକ ଭିଡିଓ ପୋଷ୍ଟ କରିଥିଲେ । ନିଜର ରିଙ୍ଗକୁ ଦେଖାଇ ସାଥୀ ଖେଳାଳିଙ୍କ ସେୟାର କରିଥିବା ଭିଡିଓଟି ବେଶ ଭାଇରାଲ ହୋଇଥିଲା ।

