ବାହୁଡାରେ ଦୁଇ ଭାଇଙ୍କ ମୃତ୍ୟୁ, ଶୋଇଥିବା ବେଳେ ସାପ କାମୁଡିଦେଲା..

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ଫୁଲବାଣୀ: ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ  । ବାହୁଡା ଯାତ୍ରାରେ ଏପରି ଅକାଳ ମୃତ୍ୟୁ ସଭିଙ୍କୁ ଆବାକ କରିଦେଇଛି ।  ମୃତ ଦୁଇ ଭାଇ ହେଲେ ହେଲେ ବାଣୀଗୋଛା ଥାନା ଅନ୍ତର୍ଗତ କାଣିପଦର ଗ୍ରାମର ସ୍ବର୍ଗତ ବାନମ୍ବର ଯାନୀଙ୍କ ପୁଅ ଜିତୁ ଜାନୀ 20 ବର୍ଷ ଓ ବିନୋଦ ଜାନୀଙ୍କ ପୁଅ ସିଦ୍ଧାନ୍ତ ଯାନୀ 19 ବର୍ଷ।

ମିଳିଥିବା ସୂଚନା ମୁତାବକ ଦୁଇ ଜଣ ଘରେ ଶୋଇଥିଲେ  ।   ସୋଇଥିବାବେଳେ ବିଷଧର ସାପଟି ଘରେ ପସି କାମୁଡି ଦେଇଥିଲା। ଘର ଲୋକ ଏନେଇ ଜାଣିବା ମାତ୍ରେ ସଂଗେ ସଂଗେ ପ୍ରଥମେ ଚକାପାଦ ବ୍ଲକ ବ୍ରାହ୍ମଣ ପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ  ।  ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ  ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ସେପଟେ ଚିକିତ୍ସା ଜାରି ରହିଥିବାବେଳେ ଉଭୟଙ୍କର ମୃତ୍ୟୁ ଘଟିଛି  । ଫୁଲବାଣୀ ଟାଉନ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଦୁଇ ଭେଣ୍ଡା ପୁଅଙ୍କ ଦେହାନ୍ତରେ ଶୋକାକୂଳ ସମଗ୍ର ପରିବେଶ  । ଏପରି ଏକ ଦିନରେ ବଢିଲା ପୁଅକୁ ହରାଇ କାନ୍ଦ ବୋବାଳିରେ ପାଠି ପଢୁଛି ଗାଁ  ।