କୂଅରୁ ୬ ଫୁଟ୍‌ର ନାଗସାପ ଉଦ୍ଧାର

Snake

File Photo

ବାଙ୍କୀ: କୂଅ ଭିତରୁ ଉଦ୍ଧାର ହେଲା ୬ ଫୁଟର ନାଗ ସାପ । କଟକ ବାଙ୍କୀ ଗୋପାଳପୁରର କ୍ଷୀରୋଦ ମହାପାତ୍ରଙ୍କ କୂଅରୁ ସାପକୁ ଉଦ୍ଧାର କରାଯାଇଛି । କୂଅରେ ସାପଟି ପଡିଥିବା ଦେଖି ସ୍ନେକ ହେଲପଲାଇନକୁ ଖବର ଦେବାପରେ ସ୍ନେକ ହେଲପ୍‌ ଲାଇନର ସଂଯୋଜକ ଲଳିତ ପଣ୍ଡା ଓ ସଦସ୍ୟ ଦୁର୍ଗାମାଧବ ମହାପାତ୍ର ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ସାପକୁ ପାଖ ଜଙ୍ଗଲରେ ଛାଡି ଦିଆଯାଇଛି ।

ଶନିବାର ବିଳମ୍ବିତ ରାତିରେ ଜଣେ ମହିଳା କୂଅରୁ ପାଣି ଆଣିବାକୁ ଯାଇଥିବେଳେ ସେଥିରେ ଏକ ବଡ଼ ସାପ ପଡିଥିବା ଦେଖିଥିଲେ । ସେ ଡରି ଯାଇ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗାଁ ଲୋକ ରୁଣ୍ଡ ହୋଇଥିଲେ । ପରେ ସେମାନେ ସାପଟିକୁ ଖୋଜା ଖୋଜି କରିଥିଲେ । ସାପକୁ ନ ପାଇବାରୁ ସେମାନେ ବାଧ୍ୟ ହୋଇ ସ୍ନେକ ହେଲ୍ପ ଲାଇନ୍‌ର ସଂଯୋଜକ ଲଳିତ ମୋହନ ପଣ୍ଡା ସହ ଯୋଗାଯୋଗ କରିଥିଲେ ।

ଖବର ପାଇ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗାମାଧବ ମହାପାତ୍ର ସେଠାରେ ପହଞ୍ଚି ସାପଟିକୁ କୂଅ ଭିତରୁ  ଉଦ୍ଧାର କରିଥିଲେ ।

Leave a Reply