ମିକ୍ସଚର-ଗ୍ରାଇଣ୍ଡର ପ୍ୟାକେଟରେ ନାଗ, ବିକଳରେ ଘର ବାହାରେ ଫୋପାଡ଼ିଲେ ପ୍ୟାକେଟ

1 min read

ପୁରୀ: ଗ୍ରାଇଣ୍ଡର ପ୍ୟାକେଟରେ ନାଗ ସାପ । ବିକଳରେ ଅଖା ବ୍ୟାଗରେ ଗୁଡ଼ାଇ ଘରଠାରୁ ୨ କିଲୋମିଟର ଦୂରରେ ଫୋପାଡିଥିଲେ ଘର ଲୋକ । ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଆଜି ସକାଳୁ ସାଢ଼େ ୩ ଫୁଟ ଲମ୍ବର ନାଗଟିକୁ ମିକ୍ସଚର-ଗ୍ରାଇଣ୍ଡର ପ୍ୟାକେଟ ଭିତରୁ ବାହାର କରି ସୁରକ୍ଷିତ ଜଙ୍ଗଲରେ ଛାଡିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟ ।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁର ଗାଁରେ ବିଶ୍ୱଜିତ ପ୍ରଧାନଙ୍କ ପୂଜା ଘରେ ଏକ ସାପ ପସିବାର ଦେଖିଲେ ଗତକାଲି ରାତି ପ୍ରାୟ ୧୧ଟା ବେଳେ । ସାପ ଟିକୁ ଘର ଭିତରୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ସାପଟି ସାମନା ଘରେ ତଳେ ଥିବା ଏକ ମିକ୍ସଚର-ଗ୍ରାଇଣ୍ଡର ଥିବା ପ୍ୟାକେଟରେ ପଶି ଯାଇଥିଲା । ବିଶ୍ୱଜିତଙ୍କ ପରିବାର ସେଇ ପ୍ୟାକେଟକୁ ବନ୍ଦ କରିଦେଇଥିଲେ । ଅଧିକ ସୁରକ୍ଷା ପାଇଁ ଏକ ଅଖା ଗୁଡେଇ ଭଲ ଭାବରେ ନିବୁଜ କରି ପ୍ୟାକ କରିଦେଲେ ଯେମିତି କି ଆଉ ସାପ ବାହାରି ପାରିବନି । ଏହାପରେ ସ୍ଥାନୀୟ  ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରାଙ୍କୁ ଯୋଗାଯୋଗ କରିଥିଲେ ।

ବିଳମ୍ବିତ ଶୀତ ରାତି ଏବଂ ସାପଟି ସୁରକ୍ଷିତ କବଜାରେ ଥିବାରୁ ସୁଶାନ୍ତ ସେଇ ଅଖା ଗୁଡା ବାକ୍ସକୁ ଘର ବାହାରେ ରଖିଦେବା ପାଇଁ ପରାମର୍ଶ ଦେଇ ସକାଳେ ଉଦ୍ଧାର ପାଇଁ ଆସିବା ପାଇଁ କହିଥିଲେ । ହେଲେ ଅତ୍ୟଧିକ ଭୟଭୀତ ହୋଇଥିବାରୁ ବିଶ୍ୱଜିତ ନିଜ ଘର ଠାରୁ ପ୍ରାୟ ୨ କିମି ଦୂର ପର୍ଯ୍ୟନ୍ତ ଯାଇ ରାସ୍ତା ତଳକୁ ସେଇ ପ୍ୟାକେଟ କୁ ଫିଙ୍ଗି ଦେଇ ଘରକୁ ଫେରିଥିଲେ । ସକାଳ ହେବା ପରେ ଯାଇ ଦେଖ    ନ୍ତେ ସେଇ ପ୍ୟାକେଟ ସେମିତି ଅବସ୍ଥାରେ ଥିଲା ।

https://www.facebook.com/NandighoshaTV/videos/1375456679452437

ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ମିକ୍ସଚର-ଗ୍ରାଇଣ୍ଡରର ପ୍ୟାକେଟରୁ ନାଗ ସାପଟିକୁ ଉଦ୍ଧାର କରିଥିଲେ । ଏବଂ ସାପଟିକୁ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ତେବେ ସେହି ଗ୍ରାଇଣ୍ଡରକୁ ସାଧାରଣ ଭାବରେ ସାନିଟାଇଜ କରି ବ୍ୟବହାର କରିବା ପାଇଁ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପରାମର୍ଶ ଦେଇଛନ୍ତି ।

Leave a Reply